ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ୭ ଜଣିଆ ଟିମ୍‌ର ପୁରୀ ଗସ୍ତ

Odisha Hot News
1 Min Read

ପୁରୀ: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନେଇ ଏକ ୭ ଜଣିଆ ଟିମ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ ଏହି ଟିମ ଆକଳନ କରିଛନ୍ତି । ଉପ ଜିଲ୍ଲାପାଳ ଭବତାରଣ ସାହୁ ଉକ୍ତ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ଏହି ଦଳ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ପୁରୀରେ ଐତିହ୍ୟ କରିଡର ପ୍ରକଳ୍ପ ବିକାଶ କାର୍ଯ୍ୟ ବିଧିବଦ୍ଧ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାର ପୁରୀର ସିପସରୁବାଲିରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ସ୍ତରର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ଲାଗି ହଁ ମାରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆଧାରରେ କେନ୍ଦ୍ରୀୟ ଟିମ୍ ଯେଉଁ ସର୍ଭେ ରିପୋର୍ଟ ଦେଇଥିଲା ତାହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇତିମଧ୍ୟରେ ଅନୁମୋଦନ କରିଛି। ଗତବର୍ଷ ନଭେମ୍ବର ୨୨ ତାରିଖରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ଏହି ସୂଚନା ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୈଷୟିକ ରିପୋର୍ଟ ମାଗିଥିଲେ।

Share This Article