ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ଓ ନିରାମୟ ତାଲିମ ଶିବିର – Fast News Network

Odisha Hot News
1 Min Read

ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରଧାନଶିକ୍ଷକ ଓ ଶିକ୍ଷାସଂଯୋଜକମାନଙ୍କୁ ସ୍ୱାସ୍ଥ୍ୟ ଓ ନିରାମୟ ତାଲିମ ପ୍ରଦାନ କରାଯାଇଛି । ଆଜି ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଶିବିରରେ ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ସେହିପରି ହାରାମଣି ବାଳିକା ଉଚ୍ଚବିଦ୍ୟାଳୟ ତାଲିମ ଶିବିରରେ ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳ ଅଧ୍ୟକ୍ଷତା କରିଥିଲେ । ଉଭୟ ଶିବିରରେ ମୋଟ ୯୧ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷାସଂଯୋଜକ ପ୍ରଶିକ୍ଷଣପ୍ରାପ୍ତ ହୋଇଥିଲେ ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରକ୍ଷାର ବିଭିନ୍ନ ଦିଗ ଓ ପ୍ରସ୍ତାବିତ ପାଠ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସାଧନକର୍ମୀ ଭାବେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ସୁବଳ ଚରଣ ପତ୍ରୀ, ଶିକ୍ଷାସଂଯୋଜକ ରଞ୍ଜନ କୁମାର ମହାନ୍ତି, ମେଡିକାଲ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ଡାକ୍ତର ଆଦିତ୍ୟ କୁମାର ସାହୁ, ଡାକ୍ତର ଦେବାଶିଷ ପତି ପ୍ରମୁଖ ଏନ.ସି.ଇ.ଆର.ଟି. ଦ୍ୱାରା ପ୍ରଦତ୍ତ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଭିତ୍ତିକ ସୁନାଗରିକ, ରୋଗ ଓ ପରିମଳ ବ୍ୟବସ୍ଥା, ଉକୃଷ୍ଟ ଜୀବନଶୈଳୀ, ସୁରକ୍ଷିତ ବ୍ୟବସ୍ଥା ଆଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମେଡିକାଲ ପକ୍ଷରୁ ବିପିଏମ ରଶ୍ମିରେଖା ପୃଷ୍ଟି ଓ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, ପ୍ରଧାନଶିକ୍ଷକ ଗଦାଧର ଜେନା, ଗୌରୀଶଙ୍କର ମିଶ୍ର, କାଶୀନାଥ ପତି, ଭାଗବତ ରାଉତ, ଗୌରାଙ୍ଗ ଚରଣ ନାଥ ପ୍ରମୁଖ ତାଲିମ ଶିବିର ପରିଚାଳନା କରିଥିଲେ ।

Share This Article