ଧାମରାରୁ ଅପହୃତ ଗୁରୁପଦ ୧୯ଘଂଟା ପରେ ଭଦ୍ରକରୁ ଫେରିଲେ – Fast News Network

Odisha Hot News
2 Min Read

ଭଦ୍ରକ: ଏହି ଜିଲାର ଧାମରା ପଂଚାୟତରୁ ଗତ ୧୬ ତାରିଖ ରାତିରେ ଅପହୃତ ହୋଇଥିବା ଗୁରୁପଦ ଦୀର୍ଘ ୧୯ଘଂଟା ପରେ ଧାମରାକୁ ଫେରିଛନ୍ତି । ଏ ନେଇ ଧାମରା ବିକାଶ ମଂଚ ପକ୍ଷରୁ ଡିଆଇ ରୋଡ ଠାରେ ଧାମରା –ଭଦ୍ରକ ରାସ୍ତାକୁ ଦୀର୍ଘ ୩ଘଂଟା ବନ୍ଦ କରିବା ପରେ ପୁଲିସ ପ୍ରଶାସନ ସଂପୃକ୍ତ ଗୁଣ୍ଡାଗିରି କରି ଅପହୃତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବାର ଆଶ୍ୱାସନା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅପରାହ୍ଣ ୩ପରେ ଏହି ରାସ୍ତା ସ୍ୱାଭାବିକ ହୋଇଥିଲା । ମାତ୍ର ଅପହୃତ ଗୁରୁପଦକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇ ନଥିବା ବେଳେ ଅପହୃତ ଗୁରୁପଦକୁ ଶାସକ ଦଳର ଗୁଣ୍ଡା ମାନେ ନେଇ ଭଦ୍ରକ ଡାହାଣି ଗଡିଆ ଠାରେ ଏକ ଘରେ ବନ୍ଦ କରି ରଖିଥିଲେ, ଏନେଇ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସଂପୃକ୍ତ ଗୁରୁପଦକୁ ଆଣି ଭଦ୍ରକ ଡାହାଣି ଗଡିଆ ଛକ ଠାରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଛାଡି ଦେଇଥିଲେ । ଗୁରୁପଦଙ୍କ ନିକଟରେ ଥିବା ସମସ୍ତ ଟଙ୍କା ପଇସା ସଂପୃକ୍ତ ବ୍ୟକ୍ତି ବିଶେଷ ନେଇ ଯାଇଥିବା ବେଳେ ସେ ବହୁ କଷ୍ଟରେ ଆସି ଧାମରାରେ ପହଂଚି ଧାମରା ଥାନାଧିକାରୀଙ୍କୁ ଦେଖାକରି ସମସ୍ତ ତଥ୍ୟ ଦେଇଥିଲେ ।
ଗୁରୁପଦଙ୍କ ସହ ଧାମରା ବିକାଶ ମଂଚ ପକ୍ଷରୁ ବାମଦେବ ନାୟକ,ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ଗଦାଧର ନାୟକ ,ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଅଧିକାରୀ ଶାସକ ଦଳର ହାତ ବାରିସୀ ସାଜି ବସି କୌଣସି ଅଭୁଯୁକ୍ତଙ୍କୁ ଗିରଫ କରି ନାହାନ୍ତି । ଅନ୍ୟ ପକ୍ଷରେ ସମସ୍ତ ଅଭିଯୁକ୍ତ ଖୁଲମ ଖୁଲା ରାଜରାସ୍ତାରେ ପୁଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରି ବୁଲୁଥିବା ନେଇ ଧାମରା ବିକାଶ ମଂଚ ପୁନଶ୍ଚ ଅଭିଯୋଗ ଆଣିଛି ।ଶାସକ ଦଳର ନିର୍ଧାରିତ ଗୁଣ୍ଡା ମାନଙ୍କ ମଧ୍ୟରୁ ମାନସ ବିଶ୍ୱାଳ ନାମକ ବ୍ୟକ୍ତି ଧାମରା ବନ୍ଦର(ଆଦାନୀ)ର କର୍ମଚାରୀ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଧାମରା ବିକାଶ ମଂଚ ଧାମରା ବନ୍ଦର କର୍ତୁପକ୍ଷଙ୍କ ନିକଟରେ ଚାକିରୀରୁ ବହିଷ୍କାର କରିବାକୁ ଦାବୀ ଜଣାଇଛନ୍ତି ଅନ୍ୟଥା ପୁନଶ୍ଚ ଧାମରା ବିକାଶ ମଂଚ ଧାମରା ବନ୍ଦର ଆଗରେ ଆନ୍ଦୋଳନ କରିବ ବୋଲି ଜଣାଇଛନ୍ତି ।

Share This Article