ଉଦଳା: ଉଦଳା ଉଦ୍ୟାନ ବିଭାଗ ଖୁଣ୍ଟା ବ୍ଲକରେ ମାଳି ଭାବେ କାମ କରୁଥିବା ଉଦ୍ଧବ ବେହେରାଙ୍କ ନିକଟରୁ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜଲାନ୍ସ । ୨୪ବର୍ଷର ଚାକିରି ଭିତରେ ଜଣେ ମାଳି କେମିତି କୋଟିପତି ବନିଲେ ଭିଜିଲାନ୍ସ ଏବେ ତାର ଖିଅ ଖୋଜୁଛି । ଉଦଳା ଉଦ୍ୟାନ ବିଭାଗ ଖୁଂଟା ବ୍ଲକରେ ମାଳି ଭାବେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଉଦ୍ଧବ ବେହେରା ୧୯୯୫ ମସିହାରୁ ଚାକିରି ଆରମ୍ଭ କରିଥିଲେ । ମାସକୁ ୩୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭିଜିଲାନ୍ସ ଚଢାଉବେଳେ ଜବତ ହୋଇଛି ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ଉଦ୍ଧବଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେମିତି ଆସିଲା ସେ ନେଇ ଭିଜିଲାନ୍ସ ଖୋଳତାଡ କରୁଛି ।
ଖାଲି ସେତିକି ନୁହେଁ, ମାସିକ ଦରମା ଏବଂ ଚାକିରିର କାର୍ଯ୍ୟକାଳକୁ ହିସାବକୁ ନେଇ ଏତେ ଟଙ୍କା ଉଦ୍ଧବ କୁଆଡୁ ଆଣିଲେ ସେ ନେଇ ପ୍ରଶ୍ନ ଉଠିଛି । ଉଦ୍ଧବଙ୍କ କପ୍ତିପଦା ବ୍ଲକ ଅନ୍ତର୍ଗତ ବଡାମପଦା ଗାଁ ଘର, ନୁଦଡିହାସ୍ଥିତ ଶ୍ୱଶୁର ଘର, କପ୍ତିପଦାସ୍ଥିତ ଫାର୍ମହାଉସ ଏବଂ ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଉପରେ ଏକା ସଙ୍ଗରେ ଚଢଉ କରିଥିଲା ଭିଜିଲାନ୍ସ ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଏହି ଚଢଉ । ଆଉ ଚଢଉ ସମୟରେ ଜମି କାଗଜପତ୍ର ଜବତ କରିବା ସହିତ ଭିଜିଲାନ୍ସକୁ ମିଳିଛି ବିପୁଳ ପରିମାଣର ସୁନାଗହଣା । ଏହା ଛଡା ଦାମୀ ଫ୍ୟାନ, ଏସି, ଟିଭି ମଧ୍ୟ ତାଙ୍କ ଘରୁ ମିଳିଛି । ଉଦ୍ଧବ ବେହେରା ଉଦଳା ଉଦ୍ୟାନ ବିଭାଗରେ ମାଳି ଭାବେ କାମ କରୁଥିଲେ ହେଁ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଖୁଂଟା ବ୍ଲକକୁ ବଦଳି କରାଯାଇଥିଲା । କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇ ଆସୁଥିଲା । ଏବେ ଏହି କୋଟିପତି ମାଳିଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Hi there! This blog post could not be written any better!
Looking at this article reminds me of my previous
roommate! He constantly kept preaching about this. I’ll send this information to him.
Fairly certain he will have a great read. Thank you for sharing!
xnxx