ବଢିଗଲା ମଣ୍ଡି ମୁଣ୍ଡ ବ୍ୟଥା; ୫ ଦିନ ହେବ ମଣ୍ଡିରୁ ଉଠୁନି ଧାନ,ମିଲର କିଣୁନାହିଁ ,ପ୍ରଶାସନକୁ ଗୁହାରୀ କଲେ ଶୁଣୁନାହିଁ !

Odisha Hot News
1 Min Read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେ ବଢିଗଲା ମଣ୍ଡି ମୁଣ୍ଡ ବ୍ୟଥା । ଜିଲ୍ଲା ପ୍ରଶାସନ ମଣ୍ଡି ଖୋଲିବାର ୫ ଦିନ ହୋଇଯାଇଥିଲେ ମଧ୍ୟ ଊଠୁନି ଧାନ । ଶୀତ କାକରରେ ସଢୁଛି ଚାଷୀ । ମିଲର କିଣୁନାହିଁ ,ପ୍ରଶାସନକୁ ଗୁହାରୀ କଲେ ଶୁଣୁନାହିଁ । ଶେଷରେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଲା ଚାଷୀ । ଯାହାଫଳରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ସୂଚନା ଅନୁଯାୟୀ, ଗତ ସୋମବାର ଦିନ ବିଦ୍ଧିବଦ୍ଧ ଭାବେ କର୍ଲାମୁଣ୍ଡା ବ୍ଳକର କର୍ଲାମୁଣ୍ଡା , ରିଷିଡା ଓ ଯୋରାଡବ୍ରା ଠାରେ ମଣ୍ଡି ଖୋଲିଥିଲା । ତେବେ ମଣ୍ଡି ଖୋଲିବା ପରେ ୨୫ ଜଣ ଚାଷୀ ୧୦୦୦ କୁଇଣ୍ଟାଲ ଧାନ ଗଦା କରି ରଖିଲେ । ହେଲେ ଏଠାରୁ ଧାନ ଉଠାଇବାକୁ ଥିବା ମିଲର୍ସମାନେ ଆସି ଏଫଏକ୍ୟୁ ଧାନ ନେବା ଆଳରେ କୁଇଣ୍ଟାଲ ପିଛା ୮ କେଜି ଧାନ କଟିନି ଛଟିନି କହି ଅଡି ବସିଲେ । ଅନ୍ୟପଟେ ଚାଷୀମାନେ ୮ କେଜି କଟିନି ଛଟିନିରେ ଧାନ ଦେବାକୁ ଅମଙ୍ଗ ହେଲେ, ଯାହାଫଳରେ ମଣ୍ଡିରୁ ଉଠି ପାରୁନି ଧାନ । ଯାହାକୁ ନେଇ ମନ୍ତ୍ରୀ, ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରୀ ଶୁଣି ନାହାନ୍ତି । ଯାହା ଦ୍ୱାରା ଚାଷୀ ମାନେ ହାଡ଼ଭଙ୍ଗା ଶୀତରେ ପଡ଼ି ରହିଛି । ଯାହାକୁ ନେଇ ଚାଷୀ ଆଜି ଅସନ୍ତୋଷକୁ ଆନ୍ଦୋଳନର ରୂପ ଦେଇ ରାଜରାସ୍ତାକୁ ଘେରିଛି । ଯାତାୟତ ସମ୍ପର୍ଣ୍ଣ ଠପ୍ କରିଦେବା ସହ ଜନଜୀବନକୁ ଅସ୍ତବ୍ୟସ୍ଥ କରିଛି । ଯାହା ପ୍ରଶାସନକୁ ଶୋଇବା ନିଦର ଉଠାଇ ଦେବାକୁ ପ୍ରୟାସ କରିଛି । ଅନ୍ୟପଟେ ପ୍ରଶାସନର ଏପରି ନିବବତାକୁ ନେଇ ସାଧାରଣ ଜନତା ପ୍ରଶ୍ନ କରିଛି । ସରକାରଙ୍କ ଏହି ନିରବତା ଜିଳ୍ଲା ପ୍ରଶାସନ ଓ ମିଲର ମାଲିକ ମାନଙ୍କ ମଧ୍ୟରେ ଅଂସାଧୁ ମେଂଟ ବାନ୍ଧିଥିବା ସାଧାରଣରେ ଆଲୋଚନା ହେଉଛି ।

Share This Article
Leave a comment