ଦେଶବାସୀଙ୍କ ମନ ଜିଣିଲେ ନବୀନ !

Odisha Hot News
3 Min Read


ଭୁବନେଶ୍ୱର: ଦେଶରେ ବିଜେଡିଦଳ ଦିନକୁ ଦିନ ଦୃଢ ହେଉଛି । ବିଜେଡିର କାର୍ଯ୍ୟକଳାପକୁ ଦେଖି ବିରୋଧି ହେଲେ ହଟାହଟା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ସାରା ରାଜ୍ୟ ତରଫରୁ ମିଳିଛି ପ୍ରଶଂସା । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣର ସଂକଳ୍ପ ଆଣି ନବୀନ ଏବେ ପ୍ରଶଂସିତ ହୋଇଛନ୍ତି । ଯାହାଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ମହିଳାମାନଙ୍କ ସଂରକ୍ଷଣକୁ ନେଇ ଦୁଇ ଦିନ ପୂର୍ବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗର ହାତ ବଢାଇବାକୁ ଚିଠି ଲେଖିଥିଲେ ନବୀନ । ତାହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଲ ପାରିତ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି । ସେପଟେ ମୁଖୀମନ୍ତ୍ରୀ ମହିଳାମାନଙ୍କୁ ନେଇ ବାର୍ତ୍ତା ଦେଇଛନ୍ତି, ଦେଶ ଓ ସମାଜ ଗଠନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ଏହା ମଧ୍ୟ ନବିନ କହିଛନ୍ତି ମହିଳାମାନେ ଶସକ୍ତ ହେଲେ ଦେଶ ସଶକ୍ତ ହେବ । ଲୋକ ସଂଖ୍ୟାର ଅଧା ହେଉଛନ୍ତି ମହିଳା । ତେଣୁ ବିକାଶ ଦିଗରେ ତଥା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ବାର୍ତ୍ତ ଦେଇ ଦେଶବାସୀଙ୍କ ହୃଦୟରେ ଘରେ ତୋଳିଛନ୍ତି ନବୀନ । ଅନ୍ୟପଟେ ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ନାଚନ । ଯାହାକୁ ନେଇ ସବୁ ନେତାମାନେ ନିଜ ପଦବୀ ହାସଲ କରିବା ପାଇଁ ଜୋରଦାର ଲାଗିପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ପାଇଁ ମହିଳା କାର୍ଡକରି ପ୍ରଶଂସିତ ହୋଇପଡିଛନ୍ତି । ଯାହକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଲାଗିରହିଛି । ତେବେ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପକୁ ବିରୋଧୀମାନେ ସମର୍ଥନ ଜଣାଇ ପ୍ରସ୍ତାବକୁ ଗୃହରୁ ପାରିତ କରି ଅପର ହାଉସକୁ ପଠାଇବାକୁ ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ମହିଳାମାନଙ୍କୁ ୫ ଲକ୍ଷ ପରିବର୍ତ୍ତେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇଦିଆଯିବ । ଯାହାକୁ ନେଇ ୨୦୧୯ ପୂର୍ବରୁ ନବୀନଙ୍କର ମହିଳା କାର୍ଡ ବିରୋଧୀଙ୍କୁ ଅସୁବିଧାରେ ପକାଇଛି। ତାହାସହିତ ନବୀନ ମିଶନ ଶକ୍ତିର ସହାୟିକାଙ୍କୁ ମାଗଣା ଫୋନ୍ ଯୋଗାଇ ଦେବାକୁ ଘୋଷଣା କରିବା ପରେ ବିରୋଧୀ ଶିବିରରେ ଛନକା ଦେଖାଦେଇଛି । ତେବେ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନନ୍ତି ନବୀନ । ଯେପରି ମିଶନ ଶକ୍ତି, ମମତା ଯୋଜନା, ପଞ୍ଚାୟତ ଏବଂ ପୌର ଭୋଟରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରାଇ ମହିଳାଙ୍କ ନିକଟରେ ଭବବାନ ସଦୃଶ ହୋଇଛନ୍ତି। ଏହାସହ ଗାଁ ଗହଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରୋତ୍ସାହିତ କରି ମାତୃ ଏବଂ ଶିଶୁର ଯତ୍ନ ଉପରେ ଗୁରୁତ୍ୱ ଦେଇଥିଲେ ନବୀନ ସରକାର। ଏହି କାର୍ଡ ହିଁ ୨୦୧୪ରେ ଭଲ କାମ ଦେଇଥିବା ରାଜନୀତି ଶିବିରରେ ଆଲୋଚନା ହେଉଛି।
କେବଳ ଏତିକି ରେ ସରିନାହିଁ ଦେଶବାସୀଙ୍କ ପାଇଁ ବିଜେଡିଦଳ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ । ତେବେ ନିକଟରେ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ‘ମୋ ବସ୍’ ସେବା ଆରମ୍ଭ କରାଇ ଲୋକମାନଙ୍କ ମନକୁ ଜିତିପାରିଛନ୍ତି ନବୀନ । ମୋ ବସ୍ ରେ ମହିଳା କଣ୍ଡକ୍ଟର ତଥା ବସ୍ ଗାଇଡଙ୍କ ପାଇଁ ୫୦ ପ୍ରତିଶତ ନିଯୁକ୍ତି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।ଯାହାକୁ ନେଇ ବିରୋଧିମାନେ ହଟହଟା ହେଉଛନ୍ତି ।

Share This Article
Leave a comment