ମାହାଙ୍ଗା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ : ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

Odisha Hot News
1 Min Read

ନିଶ୍ଚିନ୍ତକୋଇଲି : ମାହାଙ୍ଗା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ । ୪ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୋମବାର ବିଳମ୍ବିତ ରାତିରେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ (୨୮) ଏବଂ ବାପା ଧ୍ରୁବ ଚରଣ ସେଠୀଙ୍କୁ ନେଇ କଟକ ଅତିରିକ୍ତ ଏସପିଙ୍କ ତତ୍ବାବଧାନରେ ଘଟଣାସ୍ଥଳକୁ ଯାଇ ମକ୍ ଡ୍ରିଲ୍ କରାଯାଇଛି । ହତ୍ୟାକାଣ୍ଡ ଘଟାଇଥିବା ଖଣ୍ଡାଟିକୁ ପୋଲିସକୁ ଦେଖାଇଥିବା ଓ ପୋଲିସ ସେହି ଖଣ୍ଡାଟିକୁ ଜବତ କରିଛି ।

କଟକ ଗ୍ରାମାଞ୍ଚଳ ଏସପି ମାହାଙ୍ଗା ଥାନାରେ ଏକ ପ୍ରେସମିଟ୍ ରେ ଏହାର ଖୁଲାସା କରିବା ସହିତ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି କହିଥିଲେ । କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଥିଲା ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ଏସପି କହିଥିଲେ ତଦନ୍ତ ଚାଲିଛି ପରେ ସୂଚନା ଦିଆଯିବ।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିସହ ତାଙ୍କ ସହଯୋଗୀ ପଚା ରାଉଳଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ପଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ୨ ଜଣଙ୍କୁ ହତ୍ୟା କରାଯାଇଛି। ପଚା ରାଉଳ ଏବଂ କୁଳମଣୀ ରାଉଳ ଯିବାବେଳେ ୮/୧୦ ଜଣ ଦୁର୍ବୃତ୍ତ ଆତର୍କିତ ଭାବେ ୨ ଜଣଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ।

Share This Article