ଜୀବନ ନେଲା ଫାଇନାନ୍ସ କମ୍ପାନୀ; ଗାଡ଼ି ଟାଣି ନେବାରୁ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା ଯୁବକ !

Odisha Hot News
1 Min Read

ବାଲେଶ୍ୱର: ସୋର ଥାନା ମାଣିପୁର ଖୁଣ୍ଟା ରାଧାବଲପୁର ଗାଁରେ ଦୁଃଖଦ ଘଟଣା । ଗତକାଲି ଘରୋଇ କଳିରୁ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଗାଁର ଭଗବନ ପରିଡ଼ାଙ୍କ ପୁଅ ଜଗବନ୍ଧୁ ପରିଡ଼ା । ସୂଚନାଅନୁଯାୟୀ ଗତ କିଛିମାସ ହେବ ଜଗବନ୍ଧୁ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ କରଜରେ ଅଟୋ ଆଣି ଚଳାଉଥିଲେ । ଗାଡ଼ି କିସ୍ତି ନଦେବାରୁ କମ୍ପାନୀ ଗାଡ଼ି ଟିକୁ ଟାଣି ନେଇଥିଲା । ଯାହା ଦ୍ୱାରା ଭଗବାନ କିଛି ଦିନ ହେବ ମାନସିକ ଭାରସାମ୍ୟ ହରାଇଥିଲେ । ଯାହାଦ୍ୱାରା ଟିକେ ଟିକେ କଥାରେ ଘର ଲୋକଙ୍କ ସାଙ୍ଗରେ ଝଗଡ଼ା କରୁଥିଲା । ଗତକାଲି ରାତିରେ ଘରେ ଝଗଡ଼ା କରି ବିଷ ପିଇ ଆତ୍ମହତ୍ୟା କରିଛି । ପୋଲିସ ଖରବ ପାଇଁ ଘଟଣାସ୍ଥଳରେ ପହଂଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସୋର ଡ଼ାକ୍ତରଖାନାକୁ ପଠାଇଛି ।

Share This Article
Leave a comment