ପ୍ରତିଷ୍ଠା ଦିବସ ପାଇଁ ବିଜେଡି ନେତାଙ୍କୁ ନବୀନଙ୍କ ଚିଠି

Odisha Hot News
1 Min Read

ଭୁବନେଶ୍ବର: ୨୪ତମ ପ୍ରତିଷ୍ଠା ଦିବସ ପାଳନ ଲାଗି ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟିକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଦଳୀୟ ସଂଗଠନ ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି, ଏଥର ପ୍ରତିଷ୍ଠା ଦିବସ ରାଜ୍ୟସ୍ତରରେ ଓ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନ ସହିତ ପାଳନ ହେବ।

ଏହି ଅବସରରେ ନବୀନ ଆସନ୍ତାବର୍ଷ ପାଇଁ ଦଳର କାର୍ଯ୍ୟ ଖସଡ଼ା ବି ନିର୍ଧାରଣ କରିଛନ୍ତି। କହିଛନ୍ତି, ବର୍ଷ ସାରା ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ଦଳୀୟ କର୍ମକର୍ତ୍ତାଙ୍କୁ ଲୋକଙ୍କର ନିକଟତର ହେବାକୁ ପଡ଼ିବ। ଦଳୀୟ ଏକତା, ଶୃଙ୍ଖଳା ବଜାୟ ରଖି ରାଜ୍ୟବାସୀଙ୍କ ସେବାରେ ବିଜେଡି ଲାଗିବ। ପ୍ରତିଷ୍ଠା ଦିବସରୁ ହିଁ ଏସବୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜ୍ୟବାସୀଙ୍କର ବିଜେଡି ଉପରେ ରହିଥିବା ଆସ୍ଥା ବଜାୟ ରଖିବା ତଥା ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବା ଲାଗି ନବୀନ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି।

Share This Article