ମୁହଁ ଖୋଲିଲେ ଅମ୍ଳାନଙ୍କ ପତ୍ନୀ ଭୂମିକା : ମୁଣ୍ତ ବୁଲାଇବାରୁ ନଦୀକୁ ଖସି ପଡ଼ିଥିଲି

Odisha Hot News
1 Min Read

କଟକ: କଟକରେ ମହାନଦୀରୁ ଉଦ୍ଧାର ପରେ ମୁହଁ ଖୋଲିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଭୁଲ ଖବର ପ୍ରସାରଣ ନକରିବାକୁ ଅନୁରୋଧ କରିଛନ୍ତି। ମୁଣ୍ଡ ବୁଲାଇଦେବାରୁ ଗୋଡ ଖସିଯାଇଥିବାରୁ ପାଣିରେ ପଡିଯାଇଥିବା ସେ କହିଛନ୍ତି।

କାଳିପୂଜା ପାଇଁ ସେ ଉପାସ ରଖିଥିଲେ। ପୂଜା ପରେ ସାମଗ୍ରୀ ସବୁ ପାଣିରେ ପକାଇବାବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ଏତିକିବେଳେ ତାଙ୍କ ପାଦ ଖସିଯାଇଥିଲା । ମିଛ ଖବର ପ୍ରସାରଣ ନକରିବାକୁ ସେ ଅନୁରୋଧ କରିଛନ୍ତି। ମୋ ସ୍ୱାମୀ ଓ ପରିବାର ନାଁରେ ମିଛ ଗୁଜବ ସୃଷ୍ଟି କରାଯାଉଛି। ଗତକାଲି ମଧୁସୂଦନ ସେତୁ ନିକଟରେ ଭୂମିକା ମହାନଦୀରେ ପଡିଯାଇଥିଲେ। ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ ।

Share This Article