ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍ଡାଉନ ପାଳନ କରାଯାଉଥିବା ବେଳେ ଅନ୍ୟପଟେ କିନ୍ତୁ ସଂକ୍ରମଣ କମିବାର ନାଁ ନେଉନାହିଁ। ଏବେ ରାଜ୍ୟ ବାହାରେ ଥିବା ଲୋକଙ୍କୁ ପ୍ରତି ରାଜ୍ୟ ସରକାର ନିଜ ନିଜ ରାଜ୍ୟକୁ ଫେରାଇ ଆଣୁଥିବା ଦେଖାଯାଉଛି। ମେ’୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ସରୁଥିବା ବେଳେ ଏହା ଆଗକୁ ବୃଦ୍ଧି ହେବ କି ନା ତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କରୋନା ସଂକ୍ରମଣକୁ ରୋକିବାକୁ ଲକ୍ଡାଉନ୍ ବଡ ପଦକ୍ଷେପ ହୋଇଥିବା ବେଳେ ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ଅଞ୍ଚଳରେ ଲକ୍ଡାଉନ ଅବଧି ବୃଦ୍ଧି ପାଇପାରେ ବୋଲି ଗୋଟିଏ ଦିନ ପୂର୍ବରୁ ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଏବେ ରାଜ୍ୟ ବାହାରର ଲୋକେ ରାଜ୍ୟକୁ ଫେରିବାକୁ ନେଇ ଅନୁମାନ କରାଯାଉଛି କି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ସମୟ ମଧ୍ୟରେ ଏମାନଙ୍କୁ ଶୃଙ୍ଖଳାର ସହ ରାଜ୍ୟକୁ ଫେରାଇ ଆଣିବା ପରେ ହୁଏତ ପୁଣିଥରେ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇପାରେ। କାହିଁକିନା ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ହୋଇନାହିଁ ସେପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ ଭଳି ନିୟମ ପାଳନ କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି। ରବିବାର ପଞ୍ଜାବର କେତେଜଣ ଶ୍ରଦ୍ଧାଳୁ ଘରକୁ ଫେରିବା ସହ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟ ବାହାରେ ଥିବା ନାଗରିକଙ୍କୁ ଆଣିବା ପାଇଁ କେନ୍ଦ୍ର ସହ କଥା ହୋଇଥିବା ଜଣାପଡିଛି। ତେଣୁ ଏସବୁକୁ ଦେଖିବା ପରେ ଲାଗୁଛି ହୁଏତ ଲକ୍ଡାଉନ ଅବଧି ବୃଦ୍ଧି ପାଇପାରେ।
ବଢିପାରେ ଲକ୍ଡାଉନ ଅବଧି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_xpOr on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- Edwardmeeby on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- chicken-road_dgOn on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- JacintoUnuri on ଲୁଟେରାଙ୍କ ଟାର୍ଗେଟରେ ଆମ୍ବୁଲାନ୍ସ !
- LanceWib on ଓଏଏସ୍ ଅଫିସର୍ ସ୍ତରରେ ଅଦଳବଦଳ : ବଦଳିଲେ ୧୨ ଓଏଏସ୍ ଅଫିସର୍
