ଭୁବନେଶ୍ୱର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ ଓ ୨୯ ତାରିଖାରେ ସେ ଓଡ଼ିଶା ଆସିବେ। ଏହି ଗସ୍ତରେ ଶାହା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟରେ ଯୋଗ ଦେବେ। ଦୀର୍ଘ ୧ ମାସ ଧରି ସିଏଏ(ନାଗରିକତା ସଂଶୋଧନ ଆଇନ) ସପକ୍ଷରେ ଭାଜପା ଚଳାଇଥିବା ରାଲିର ଅନ୍ତିମ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏ ନେଇ ୧ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜନସଭା ଆୟୋଜନ କରାଯାଉଛି। ଶାହା ଏଥିରେ ଯୋଗଦେବେ ବୋଲି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ୨୮ରେ ଶାହା ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୯ରେ ଶ୍ରୀଲିଙ୍ଗରାଜ ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Matthewdip on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- CalebfaF on ଆଜିର ରାଶିଫଳ
- CalebfaF on ହୃଦରୋଗର ସରଳ ଉପଚାର
- 1win_otkn on ଆଜିର ରାଶିଫଳ
- JamesCax on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
