କଟକ : କଟକର ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ପହଞ୍ଚିଛି। ବାରବାଟୀରେ ଖେଳାଳିଙ୍କୁ ଓସିଏ ପକ୍ଷରୁ ସ୍ବାଗତ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ବରରୁ ଟିମ୍ ଇଣ୍ଡିଆକୁ ବାରବାଟୀ ଷ୍ଟାଡିୟମକୁ ନିଆଯାଇଥିଲା। ଆଉ କିଛି ସମୟ ପରେ ବାରବାଟୀରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିବ ବୋଲି ଜଣାଯାଇଛି। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଅଭ୍ୟାସ ଚାଲିବ। ଏହାପରେ ୱେଷ୍ଟଇଣ୍ତିଜ ଟିମ୍ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ।
ସୂଚନାଯୋଗ୍ୟ,ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ।
ପାଖାପାଖି ୮୦ ପ୍ଲାଟୁନ୍ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ। ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ପରେ ଯେଉଁ ରାସ୍ତାରେ ସେମାନେ ଯିବେ ସେଠାରେ ନୂଆ ସାଜସଜ୍ଜା କରାଯାଇଛି। ଏଥିସହିତ ନୂଆ ରୂପ ପାଇଥିବା ଡ୍ରେସି˚ ରୁମ୍ ଓ କ୍ଲକ୍ ଟାଵାରକୁ ମଧ୍ୟ ଶନିବାର ଉଦଘାଟନ କରାଯିବାକୁ ଯୋଜନା ରହିଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

Все подробности: http://zoompost.ru
организация свадьбы москва под ключ сделать свадьбу в москве