ଭୁବନେଶ୍ୱର : ବାରବାଟୀ ଷ୍ଟାଡିୟମରେ ବିରାଟ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଓଡ଼ିଶା ଛାଡିଛି। କଡା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା। ନିଜ ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ହୋଟେଲ ସାମ୍ନାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାକଡରେ ପ୍ରଶଂସକଙ୍କ ଭିଡ ଜମିଥିଲା। ସେହିପରି ଭ୍ରମଣକାରୀ ଦଳ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳିମାନେ ଅପରାହ୍ନରେ ଓଡ଼ିଶା ଛାଡିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ସହ ଭାରତ ସିରିଜ ବିଜୟୀ ହୋଇଛି। ଓପନିଂ ଯୋଡ଼ିରେ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ଭାଗୀଦାରି ଏବଂ ପରେ ଅଧିନାୟକ ବିରାଟ କୋହଲିଙ୍କ ଇନିଂସ ବଳରେ ଭାରତ ଚଳିତ ସିରିଜର ନିର୍ଣ୍ଣାୟକ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିଥିଲା।
ଓଡ଼ିଶା ଛାଡିଲେ ଭାରତୀୟ ଦଳ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ClydeSib on ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପରିଚାଳନାଗତ ତ୍ରୁଟି ଯୋଗୁ ୪ ବୁଥ୍ରେ ସାନି ମତଦାନ
- Arthurnup on ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
- Michaelgedly on ମାରୁତି ସୁଜୁକିି ୱାଗନ ଆର୍ ବଜାରରେ ଆସୁଛି ନୂଆରୂପରେ !
- ClydeSib on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Edwardweatt on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
