ଭୁବନେଶ୍ବର: କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଭୁବନେଶ୍ୱରରେ ୨୦୧୭ ଏସୀୟ ଖେଳକୁଦ ଚମ୍ପିଅନସିପ୍ ଏବଂ ୨୦୧୯ ହକି ବିଶ୍ୱକପ୍ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି । ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ କ୍ରୀଡାବିତ୍ଙ୍କୁ ସମର୍ଥନ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । ସ୍ପୋର୍ଟସ୍ ହଷ୍ଟେଲରେ ରହୁଥିବା ଝିଅଙ୍କ ଭତ୍ତା 2 ଶହରୁ 5 ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ପୁଅ ପିଲାଙ୍କ ଭତ୍ତା 3 ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍ଏସ୍ଏଫ୍ ସ୍ବୀକୃତୀପ୍ରାପ୍ତ ପ୍ରତିଯୋଗିତା ନିମନ୍ତେ ବାହାରକୁ ଗଲେ ଦୈନିକ 300 ଟଙ୍କାର ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଜାତୀୟ ସ୍ତରରେ ପଦକ ବିଜେତାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ସ୍ବର୍ଣ୍ଣ ପଦକ ବିଜୟୀଙ୍କୁ ମାସିକ ଏକ ହଜାର, ରୌପ୍ୟ ପଦକ ବିଜେତାଙ୍କୁ 5 ଶହ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ମାସିକ ଅତିରିକ୍ତ 3 ଶହ ଟଙ୍କାର ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜାତୀୟ ରେକର୍ଡ ଯଦି ଏକ ବର୍ଷ ପର୍ଯ୍ୟନ୍ତ ଅତୁଟ ରୁହେ ତେବେ ମାସିକ 5 ହଜାର ଟଙ୍କାର ଅତିରିକ୍ତ ଭତ୍ତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଜାତୀୟ ଦଳ ନିମନ୍ତେ ମନୋନୀତ ହେଲେ କ୍ରୀଡାବିତ୍ଙ୍କୁ ମାସିକ 1 ହଜାର ଟଙ୍କା ଲଷଖାଏଁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।
କ୍ରୀଡାବିତ୍ଙ୍କ ମାସିକ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Leave a Comment
Leave a Comment
- Advertisement -
Stay Connected
Comment
- JonathanGen on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Josephjinge on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- LexNut on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- pereplanirovka kvartir_rhEt on ଉତ୍ତର ପ୍ରଦେଶ ପୁଲିସ ପରି ଦିଲ୍ଲୀ ପୁଲିସ ମଧ୍ୟ ଦଙ୍ଗାକାରୀଙ୍କ ଠାରୁ ଆଦାୟ କରିବ ସମ୍ପତ୍ତି ନଷ୍ଟ ବାବଦ ଭରଣା ଅର୍ଥ
- Omarhow on ଆଜିର ରାଶିଫଳ
