ଭୁବନେଶ୍ୱର : ଓଡ଼ିଶା ଆୟୋଜନ କରିବାକୁ ଯାଉଛି ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ର ପ୍ରଥମ ସଂସ୍କରଣ। ବିଶ୍ୱବିଦ୍ୟାଳୟସ୍ତରରୁ ପ୍ରତିଭାବାନ୍ କ୍ରୀଡ଼ାବିତ୍ମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହିି କାର୍ଯ୍ୟକ୍ରମ ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଭୁବନେଶ୍ୱର ଏବଂ କଟକରେ ହେବାକୁ ଥିବା ଏହି ମେଗା ଇଭେଣ୍ଟର ଆୟୋଜନ ପାଇଁ ଓଡ଼ିଶା ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସଜେଇ ହେଉଛି ଟୁଇନ୍ ସିଟି। କ୍ରୀଡ଼ା ହବ୍ ଭାବେ ପରିଚିତ ଭୁବନେଶ୍ୱର ସମଗ୍ର ଦେଶର ଯୁବ କ୍ରୀଡ଼ାବିତ୍ମାନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। ବିମାନବନ୍ଦରରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ସବୁଠାରେ ଚାଲିଛି ପ୍ରସ୍ତୁତି। ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ଅଂଶଗ୍ରହଣ କରୁଥିବାବେଳେ ପ୍ରତିଯୋଗୀ ଏବଂ ଅଫିସିଆଲ୍ମାନଙ୍କ ରହଣି, ଯାତାୟାତ ଏବଂ ଖାଦ୍ୟପେୟର ଆଦିରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।
ନିକଟରେ ଗୁଆହାଟୀରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଶେଷ ହୋଇଥିବାବେଳେ ଏବେ ସମସ୍ତଙ୍କ ନଜର ରହିଛି ଓଡ଼ିଶା ଉପରେ। ଦେଶର ୧୫୯ ବିଶ୍ୱବିଦ୍ୟାଳୟର ୩୩୯୯ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ। ପଞ୍ଜାବ ୟୁନିଭର୍ସିଟି, ଚଣ୍ଡିଗଡ଼ ୟୁନିଭର୍ସିଟି, ଗୁରୁ ନାନକ ଦେବ ୟୁନିଭର୍ସିଟି, ଜାମିଆ ମିଲିଆ ଏବଂ ବୀର ନର୍ମଦା ୟୁନିଭର୍ସିଟି ଭଳି କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ଯୋଗଦେବେ। କ୍ରୀଡ଼ାବିତ୍ମାନଙ୍କୁ ସ୍ବାଗତ କରିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରାଯାଇଛି। ପ୍ରଥମଥର ପାଇଁ ଜାତୀୟସ୍ତରରେ ଏଭଳି ଏକ ୟୁନିଭର୍ସିଟି ଗେମ୍ସର ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବାକୁ ଆୟୋଜକ ରାଜ୍ୟ ଭାବେ ଓଡ଼ିଶା ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ୧୯ ତାରିଖରୁ କ୍ରୀଡ଼ାବିତ୍ମାନେ ଭୁବନେଶ୍ୱର ଆସିବାକୁ ଥିବାବେଳେ ସେମାନଙ୍କ ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀର ପ୍ରମୁଖ ହୋଟେଲ ସମେତ କିଟ୍ ବିଶ୍ବବିଦ୍ୟାଳୟରେ ଏନେଇ ବ୍ୟବସ୍ଥା ହୋଇଛି। କଳିଙ୍ଗ ଷ୍ଟାଡିୟମ୍, କିଟ୍ ବିଶ୍ୱବିଦ୍ୟାଳୟ, କଟକସ୍ଥିତ ଜବାହରଲାଲ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ ଆଦି ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହେବ। ତେଣୁ ଏହାକୁ ସଲଗ୍ନ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ହୋର୍ଡିଂ ଲଗାଇବାକୁ ସ୍ଥିର ହୋଇଛି। ସେହିଭଳି ଜୟଦେବ ବିହାରଠାରୁ କିଟ୍ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। କ୍ରୀଡ଼ାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଇ ସମସ୍ତ କାର୍ଯ୍ୟର ତଦାରଖ କରାଯାଉଥିବା ବେଳେ ସୋମବାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆନ୍ଥେମ୍ ମୁକ୍ତିଲାଭ ହୋଇଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟ ଯଥା କିଟ୍, କିସ୍, ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପ୍ରଦର୍ଶନ ଉପରେ ନଜର ରହିବ।
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସଜେଇ ହେଉଛି ଭୁବନେଶ୍ୱର
4 Comments
4 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.