ଭଦ୍ରକ: ଭଦ୍ରକ ଜିଲାର ତେସିଙ୍ଗା ସେବା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡେୟୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପୃଥକ ପୃଥକ ଟିମ୍ ଏକକାଳୀନ ରାଜେନ୍ଦ୍ରଙ୍କ ୬ଟି ଜାଗାରେ ଚଢ଼ାଉ କରିଛନ୍ତି। ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ପଶି ଯାଞ୍ଚ କରିଛି। ରାଜେନ୍ଦ୍ରଙ୍କ ପତ୍ନୀ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ଥିବା ସୂଚନା ମିଳିଛି। ତେଣୁ ଭିଜିଲାନ୍ସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ଜାରି ରହିଥିବାରୁ ଭିଜିଲାନ୍ସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ।
ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Henrygaw on ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
- JamarcusOdolf on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Jackwah on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- AlonzoExalo on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- HowardCat on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
