ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ଶାସକ ବିଜେଡିକୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ଶ୍ରୀ ମହାପାତ୍ର ବିଜେଡି ନେତାଙ୍କୁ ଇଙ୍ଗିତ କରି ପ୍ରଥମଥର ପାଇଁ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ସିଧାସଳଖ ଟାର୍ଗେଟ୍ କରିବାପରେ ଏବେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ଆଉ ଶ୍ରୀ ମହାପାତ୍ରଙ୍କ ପରବର୍ତ୍ତୀ ରଣନୀତିକୁ ନେଇ ଦଳରେ ଏକ ଅଜଣା ଭୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ନିର୍ବାଚନରେ ପରାଜିତ ହୋଇଥିବା ସତ୍ତେ୍ୱ ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ ବୟାନ ଦେବାବେଳେ ତାଙ୍କ ବଡି ଲାଙ୍ଗୁଏଜରେ ପରାଜୟର ଗ୍ଲାନିର ସାମାନ୍ୟତମ ଝଲକ ନଥିଲା। ଚିରାଚରିତ ଢଙ୍ଗରେ ସେ ନିଜର ଦୃଢ଼ ମନୋବଳ ପ୍ରଦର୍ଶନ କରିବା ସହ ପରୋକ୍ଷରେ ସେ ବିଜେଡି ପାଇଁ ଏଣିକି ମୁଣ୍ଡବ୍ୟଥାର କାରଣ ପାଲଟିବେ ବୋଲି ଆଭାସ ଦେଇଛନ୍ତି। ଓଡ଼ିଶା ରାଜନୀତିର ଅଭିଜ୍ଞ ନେତା ଶ୍ରୀ ମହାପାତ୍ରଙ୍କ ଆଜିର ବିଷୋଦଗାର ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି।
ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, “ରାଜ୍ୟର ବିଜେଡି ସରକାରଙ୍କ ଅନେକ ଯୋଜନା ଭଳି ପାଟକୁରାରେ ‘କିଲ୍ ବିଜୟ’ ପ୍ରୋଜେକ୍ଟ ସଫଳ ହୋଇଛି। ସେଥିପାଇଁ ଅଭିନନ୍ଦନ ଜଣାଉଛି। ରାଜନୀତିରେ ସମସ୍ତଙ୍କର ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡ଼େ। ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେମାନେ ନଥିବେ।”
ଶ୍ରୀ ମହାପାତ୍ର କହିଥିଲେ, ଯେଉଁ ମନ୍ତ୍ରୀ ଓ ବିଧାୟକମାନେ ପାଟକୁରାରେ ନିର୍ବାଚନ ପ୍ରଚାର କରୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ସହ ଯୋଗାଯୋଗରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ତାଙ୍କୁ ନିଜର ରାଜନୀତିକ ଭବିଷ୍ୟତକୁ ନେଇ ଅନିଶ୍ଚିତ ଥିବା କହିଥିଲେ। ବିଜେଡି ଏବେ କିଛି ଅଣଓଡ଼ିଆ ପ୍ରଶାସକଙ୍କ କବଜାରେ ରହିଛି। ସେମାନେ ଏବେ ବିଧାୟକ, ଦଳ ଏପରିକି ନବୀନଙ୍କର ଭାଗ୍ୟ ନିୟନ୍ତା ହୋଇଛନ୍ତି। ପାଟକୁରାରେ ତାଙ୍କ ପ୍ରତି ଭୋଟରଙ୍କ ସମର୍ଥନ ରହିଥିଲେ ବି ସେଠାରେ ୭୦ ବିଧାୟକ ଓ ୧୪ ମନ୍ତ୍ରୀ ପାଟକୁରା ନିର୍ବାଚନମଣ୍ଡଳୀକୁ ଘେରାବନ୍ଦୀ କରି ରଖିଥିଲେ। “କାହିଁକି ଗୋଟିଏ ସିଟ୍ ପାଇଁ ସେମାନେ ଏଭଳି ଘେରାବନ୍ଦୀ କରିଥିଲେ ତା’ର ଉତ୍ତର ସେମାନଙ୍କୁ ଦେବାକୁ ପଡ଼ିବ” ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଅବଶ୍ୟ ଶ୍ରୀ ମହାପାତ୍ରଙ୍କ ଏଭଳି ବୟାନ ଉପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ଦେଇ ପ୍ରସଙ୍ଗକୁ ଏଡ଼ାଇବାକୁ ଚାହିଁଥିଲେ ମଧ୍ୟ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। କାରଣ ବିଜେପି ଓ ଶ୍ରୀ ମହାପାତ୍ରଙ୍କ ମଧ୍ୟରେ ଗତ ୩ବର୍ଷ ଧରି ଚାଲିଥିବା ଶୀତଳଯୁଦ୍ଧର ଫାଇଦା ନେଇ ବିଜେପି ସହ ବିଜେଡି ଯେଉଁ ଅଘୋଷିତ ବୁଝାମଣା କରିଥିଲା ତାହା ଏବେ ଆଉ ନାହିଁ। ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ମହାପାତ୍ରଙ୍କୁ ବିଜେଡିରେ ସାମିଲ କରିବାକୁ ଦଳ ଜୋରଦାର ପ୍ରୟାସ କରିଥିଲା। କିନ୍ତୁ ଶ୍ରୀ ମହାପାତ୍ରଙ୍କ ପରିବର୍ତ୍ତିତ ଶାଣିତ ଆଭିମୁଖ୍ୟ ନିଶ୍ଚିତ ଭାବେ ବିଜେଡି ଓ ସରକାରର ମୁଣ୍ଡବ୍ୟଥା ବଢ଼ାଇବ। କାରଣ ବିଜେଡିର ୬୦ ପ୍ରତିଶତ ନେତାଙ୍କର ଜନ୍ମପଞ୍ଜିକା ଓ ବିଜେଡି ସରକାରର ବହୁ କଳାକାରନାମା ସମ୍ପର୍କରେ ଶ୍ରୀ ମହାପାତ୍ର ଜାଣନ୍ତି। ଯଦି ସିଏ ଏଭଳି ଆଭିମୁଖ୍ୟ ପୋଷଣ କରିବେ ତା’ହେଲେ ଶାସକ ଦଳର ପ୍ରତିଦିନ ମୁଣ୍ଡବ୍ୟଥା ବଢ଼ିବ। ଯାହାକୁ ସମ୍ମୁଖୀନ ହେବାକୁ ଦଳ ଚାହୁଁନି।
ଶ୍ରୀ ମହାପାତ୍ର ଦୀର୍ଘ ୨୦ବର୍ଷ ଧରି କ୍ଷମତାରେ ନଥିଲେ ମଧ୍ୟ ସେ ଯେଉଁ ପ୍ରସଙ୍ଗ ଉଠାନ୍ତି ସେଥିରେ ରାଜ୍ୟ ପ୍ରଶାସନରେ କମ୍ପନ ସୃଷ୍ଟି ହୋଇଥାଏ। ତେଣୁ ଏବେ ଶ୍ରୀ ମହାପାତ୍ର ଉଭୟ କେନ୍ଦ୍ରାପଡ଼ା ଓ ରାଜ୍ୟସ୍ତରରେ ଯେଉଁ ଜାଲ ବିଛାଇବେ ତାକୁ ଦଳ କିଭଳି ମୁକାବିଲା କରିବ ଏବଂ ଦଳର କେଉଁ ନେତା ତାଙ୍କୁ କାଉଣ୍ଟର କରିବେ ତାହା ବିଜେଡିକୁ ଚିନ୍ତାରେ ପକାଇଛି। ଉଲ୍ଲେଖଯୋଗ୍ୟ, ପାଟକୁରାରେ ବିଜେଡି ନିଜର ଥାଟବାଟ ଓ ପୁରା ତାକତ୍ ସହ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପ୍ରଚାର ବେଳେ ଦଳର ଜଣେ ଦୁଇଜଣ ନେତାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ସିଧାସଳଖ ତାଙ୍କୁ ସମାଲୋଚନା କରିବାର ସାହସ ଜୁଟାଇ ପାରିନଥିଲେ। ତେଣୁ ଶ୍ରୀ ମହାପାତ୍ରଙ୍କ ଭବିଷ୍ୟତ ରଣନୀତିକୁ ନେଇ ବିଜେଡିକୁ ଏବେଠୁ ‘ବିଜୟ ଭୟ” ଘାରିଥିବା ଜଣାପଡ଼ିଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.