ହୃଦ୍ରୋଗର ଆୟୁର୍ବେଦୀୟ ଚିକିତ୍ସା ପ୍ରଣାଳୀ ରହିଛି। ହେଲେ ଏଭଳି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ପାଇଁ ନିଜର ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଦରକାର।
ହୃଦ୍ରୋଗରୁ ରକ୍ଷା ପାଇଁ ମାଦକଦ୍ରବ୍ୟଠାରୁ ଦୂରେଇ ରହିବା ଜରୁରୀ।କୋଲେଷ୍ଟରଲ ବୃଦ୍ଧିକାରକ ଖାଦ୍ୟ ଯଥା-ତେଲ ମସଲା,ପୂର୍ବ ପ୍ରସ୍ତୁତ ଖାଦ୍ୟ, ମାଂସ, ଥଣ୍ଡାପାନୀୟ, ଆଇସ୍କ୍ରିମ୍ ଇତ୍ୟାଦି ବର୍ଜନୀୟ।ଲୁଣର ସୀମିତ ବ୍ୟବହାର କରିବା ଜରୁରୀ। ପୂର୍ଣ୍ଣମାତ୍ରାରେ ଖାଇବା ଅନୁଚିତ, ଅର୍ଥାତ୍ ଆୟୁର୍ବେଦ ମତାନୁସାରେ ପାକସ୍ଥଳୀର ୨ଭାଗ ଖାଦ୍ୟଦ୍ରବ୍ୟ, ୧ଭାଗ ଜଳ ଏବଂ ୧ଭାଗ ଖାଲି ରହିବାକୁ ପରାମର୍ଶ ଦିଆଯାଇଛି। ଶାରୀରିକ ଶ୍ରମ କରିବା ବିଧେୟ, ମାତ୍ର ଏହା ହୃଦ୍ରୋଗୀଙ୍କ ପାଇଁ ନୁହେଁ। ମେଦ ବହୁଳତା ହ୍ରାସ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବା ଆବଶ୍ୟକ। ଶୁଦ୍ଧ ଶାକାହାରୀ ହେବା ଉତ୍ତମ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମତାନୁସାରେ ଶୁଦ୍ଧ ଶାକାହାରୀଙ୍କର ପ୍ରାୟତଃ ରକ୍ତଚାପ ସାମାନ୍ୟ ଥାଏ ଏବଂ ସେମାନଙ୍କୁ ହୃଦ୍ଘାତ ହେବାର ଆଶଙ୍କା କମ୍ ଥାଏ। ଅଧିକ ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ। ଆୟୁର୍ବେଦ ମତାନୁସାରେ ଅର୍ଜୁନସିଦ୍ଧ କ୍ଷୀରପାନ। ଅର୍ଜୁନଛାଲି ୨୦ଗ୍ରାମ, ଗୋଦୁଗ୍ଧ ୧୬୦ମିଲି, ପାଣି ୬୪୦ମିଲିକୁ ମିଶାଇ ମାଟିପାତ୍ରରେ ବା ଅନ୍ତତଃ ପକ୍ଷେ ଷ୍ଟିଲ ପାତ୍ରରେ କେବଳ କ୍ଷୀର ରହିବା ପର୍ଯ୍ୟନ୍ତ ସିଝାଇ ଥଣ୍ଡା ହେବା ପରେ ଛାଣି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡ ମିଶାଇ ହୃଦ୍ରୋଗୀ ପ୍ରତ୍ୟହ ପାନକରି କରିବା ଆବଶ୍ୟକ। ଡେମ୍ପ ସହିତ ୨ଟି ପାନପତ୍ର,୩କୋଲା ରସୁଣ ଏବଂ ୫ଗ୍ରାମ୍ ଅଦାକୁ ଭଲଭାବେ ବାଟି ରସ ବାହାରକରି ସେଥିରେ ୨ଚାମଚ ମହୁ ମିଶାଇ ଖାଲି ପେଟରେ ଧୀରେ ଧୀରେ ଚାଟି ଖାଇଲେ ହୃଦ୍-ଧମନୀଗତ ଅବରୋଧ କ୍ରମଶଃ ଖୋଲିଯାଇଥାଏ। ସର୍ବୋପରି ଚିନ୍ତାରୁ ମୁକ୍ତି ପାଇବାକୁ ଯୋଗ ଏବଂ ଧ୍ୟାନ କରିବା ଜରୁରୀ।
ହୃଦରୋଗର ସରଳ ଉପଚାର
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.