ନୂଆଦିଲ୍ଲୀ : ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ ଏଥିରୁ ବାଦ୍ ଦିଆଯାଇଛି। ସେଥିମଧ୍ୟରୁ ୪୧ଟି ଆସନକୁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ଏସବୁ ଆସନରେ ୩ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ସେହିପରି ୮ଶହ ୮୮ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୪ ଶହ ୭୦ ଥିବାବେଳେ ମହିଳାଙ୍କ ସଂଖ୍ୟା ଶହେ ୨୦ ରହିଛି। ଯାଞ୍ଚ୍ ହୋଇଥିବା ୧୫ଶହ ୯୦ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଥିବା କୁହାଯାଉଛି। ଏହି ପର୍ଯ୍ୟାୟରେ ଆସାମର ୫, ବିହାର ୫, ଛତିଶଗଡ଼ ୩, ଜମ୍ମୁ ଓ କଶ୍ମୀର ୨, କର୍ନାଟକ ୧୪ , ମହାରାଷ୍ଟ୍ର ୧୦, ମଣିପୁର ୧, ଓଡ଼ିଶା ୫, ତାମିଲନାଡ଼ୁ ୩୮, ତ୍ରିପୁରା ୧, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗ ୩ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ମତଦାନ କରାଯିବ।
ଲୋକ ସଭା ନିର୍ବାଚନ: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ
Leave a Comment
Leave a Comment
- Advertisement -
Stay Connected
Comment
- BrianVuh on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- Davidmeafe on ଦେବକି କୋଳରେ ଜନ୍ମ ନେଲେ କହ୍ନେଇ,କାଲିଠୁ କରିବେ ଲୀଳା !
- Geraldnousy on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- mostbet_yhPa on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!
- Geraldnousy on Sports among children
