କୋରେଇ: କୋରେଇ ନିର୍ବାଚନମଣ୍ଡଳୀ ରାଜ୍ୟରେ ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନମଣ୍ଡଳୀଟି କୋରେଇ ବ୍ଲକର ୨୮ ଟି ପଞ୍ଚାୟତ, ରସୁଲପୁର ବ୍ଲକର ୯ଟି ପଞ୍ଚାୟତ ଓ ବ୍ୟାସନଗର ପୈାରପରିଷଦ ର ୨୬ ଟି ଓାର୍ଡକୁ ନେଇ ଗଠିତ । ଏଠାରୁ ୨୦୧୪ ମସିହାରେ ସିନେତାରକା ଆକାଶ ଦାସ ନାୟକ ବିଧାୟକ ହୋଇଥିଲେ । କିନ୍ତୁ ଆକାଶ ରାଜନୀତିରେ ନବାଗତ ଓ ପରିପକ୍ୱ ହୋଇ ନ ଥିବାରୁ ୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେଡି କୋରେଇ ବ୍ଲକ ଦଖଲ କରିବାରେ ଅସମର୍ଥ ହୋଇଥିଲା । ଫଳରେ ବିଶ୍ୱଜିତଙ୍କ ନେତୃତ୍ୱରେ କଂଗ୍ରେସ ବ୍ଲକ ଦଖଲ କରି ଅଧକ୍ଷା ଜିତାଇଥିଲେ । କିନ୍ତୁ ପରେ ବିଶ୍ୱଜିତଙ୍କ ସମେତ ବ୍ଲକ ଅଧ୍ୟକ୍ଷା ବିଜେପି ଦଳରେ ଯୋଗଦେଇଥିଲେ । ବର୍ତ୍ତମାନ କୋରେଇ ଅଞ୍ଚଳରେ ଆକାଶଙ୍କ ବିରୋଧରେ ଜନଅସନ୍ତୋଷ ଭିତରେ ଭିତରେ ବଢୁଥିବା ବେଳେ ଦଳୀୟକର୍ମୀ ମୁହଁ ଫେରାଇବାକୁ ବାଟ ଖୋଜୁଛନ୍ତି । ଏପରିକି ଆକାଶଙ୍କ ବ୍ୟତୀତ ଯିଏ ପ୍ରାର୍ଥୀ ହେବେ ତାଙ୍କୁ ସହଯୋଗ କରିବେ ବୋଲି ରାସ୍ତାଘାଟରେ କହି ବୁଲିଲେଣି । ଅନ୍ୟପଟେ ଦେଖିବାକୁ ଗଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯିଏକି ରାଜ୍ୟ ରାଜନୀତିର ବର୍ତ୍ତମାନ ଏକ କ୍ଷମତାକେନ୍ଦ୍ର ପାଲଟିଛନ୍ତି । ତାଙ୍କର ଆକାଶଙ୍କ ସହିତ ସମ୍ପର୍କ ଏତେଟା ଭଲନଥିବା ସାରା କୋରେଇ ଅଞ୍ଚଳରେ ଆଲୋଚନା ହେଉଛି । ସେଥିପାଇଁ ସେ କୋରେଇ ଆସନକୁ ଦୃଷ୍ଟିରେ ରଖି ତାଙ୍କର ଜଣେ ଦୃଢ଼ ସମର୍ଥକଙ୍କୁ ଏଠାରୁ ପ୍ରାର୍ଥୀ କରାଇବାକୁ ଚାହୁଁଛନ୍ତି । ସେଥିପାଇଁ ପଞ୍ଚାୟତ ନିର୍ବାଚନ ପରେ ଆକାଶଙ୍କୁ ଚେକ୍ ଦେବାକୁ ଯାଇ ପ୍ରତାପ ମହାନ୍ତିଙ୍କୁ ଯାଜପୁର ଜିଲ୍ଲା ଯୁବସଭାପତି କରାଇଥିଲେ ।ବର୍ତ୍ତମାନ ପ୍ରଣବ ଭିତରେ ଭିତରେ ପ୍ରତାପଙ୍କୁ ପ୍ରାର୍ଥୀ କରାଇବା ପାଇଁ ପଥ ପରିଷ୍କାର କରୁଥିବାବେଳେ ପ୍ରତାପ କୋରେଇର ପୂର୍ବତନ ବିଧାୟକ ପ୍ରୀତିରଂଜନଙ୍କ ଦୃଢ଼ ସମର୍ଥକ ବୋଲାଉଥିବା ତାରକାଙ୍କୁ ନେଇ ସଂଗଠନ ଆରମ୍ଭ କରୁଛନ୍ତି । ତାରକାଙ୍କ ପରାମର୍ଶରେ କିଛି ଆକାଶଙ୍କ ବିରୋଧୀ ଲୋକଙ୍କୁ ପ୍ରତାପ, ପ୍ରଣବଙ୍କ ସହାୟତାରେ ବିଜୁଜନତା ଦଳରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଅଗାମୀଦିନରେ ସାଧାରଣନିର୍ବାଚନ ହେବାକୁ ଥିବାବେଳେ କୋରେଇ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି । ତେଣୁ ଆଗାମୀ ଦିନରେ ଜଣାପଡ଼ିବ ଏଠାରୁ କିଏ ପ୍ରାର୍ଥୀ ହେବେ?
ଆକାଶଙ୍କ ବିକଳ୍ପ ହେବେ ପ୍ରତାପ!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- FreddieViaph on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- CainFufam on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- Curtismet on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- RossBem on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- OttoDuh on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
