ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ଲାଗି ସରିଥିବା ନିର୍ବାଚନରେ କଂଗ୍ରେସର ବାଜିମାତ ଦଳକୁ କ୍ଷମତାସୀନ କରାଇବାକୁ ଯାଉଛି । ୪ ଦଶନ୍ଧିର ଲମ୍ବା ରାଜନୀତିକ କ୍ୟାରିୟରକୁ ଆପଣାଇଥିବା ଏ .ଅଶୋକ ଗେହଲଟ ଗତ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଗାଡ଼ିରେ ଯାଉଥିବା ବେଳେ ନିଜ ନିକଟରେ ପାର୍ଲେ-ଜି ବିସ୍କୁଟରୁ କିଛି ପ୍ୟାକେଟ ସାଙ୍ଗରେ ରଖୁଥିଲେ । ଯେଉଁଠି ମନେ ହେଲା ସେଇଠି ଅଟକିବା ପରେ ସାଧାରଣ ଲୋକଙ୍କ ସହ ଚା’ ବିସ୍କୁଟ ଆଦାନପ୍ରଦାନ କରି ସେମାନଙ୍କୁ ଆପଣାଇବାର କଳା ଦଳର ବରିଷ୍ଠ ନେତାଙ୍କ ମଧ୍ୟରୁ କ୍ୱଚିତ୍ଙ୍କଠାରେ ଲକ୍ଷ୍ୟ କରାଯାଏ । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯିବା ପୂର୍ବରୁ ଦଳୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ମୋହର ବାଜିବାର କାରଣଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ । ଅବଶ୍ୟ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସଚିନ ପାଇଲଟ ରାଜ୍ୟର କୋଣ-ଅନୁକୋଣରେ ଗତ ପ୍ରାୟ ସାଢ଼େ ୪ ବର୍ଷ ହେବ ଜନସଂପର୍କ ରଖି ଆସିଥିବା ହେତୁ ଲୋକଙ୍କର କଂଗ୍ରେସ ପ୍ରତି ଆକର୍ଷଣ ବଢ଼ିଛି ,ଏହାକୁ ଉପେକ୍ଷା କରିହେବ ନାହିଁ । ସେ ହେଉଛନ୍ତି ଗୁଜ୍ଜର ସଂପ୍ରଦାୟର ନେତା । ଜାଠ ଓ ମୀନା ସଂପ୍ରଦାୟର ଭୋଟର ତାଙ୍କ ପ୍ରତି ସେଭଳି ଆକୃଷ୍ଟ ନୁହନ୍ତି । ଗୁଜ୍ଜର ଓ ମୀନା ସଂପ୍ରଦାୟ ପରସ୍ପରର ବିରୋଧୀ ହେତୁ କଂଗ୍ରେସ ଏହି ଗୁର୍ଜର ନେତାଙ୍କୁ ଶୀର୍ଷ ପଦବୀ ଦେବା ଲାଗି ଆପାତତଃ ଅସହମତ ହେଲା । କଂଗ୍ରେସର ଏକ ଶିବିରରେ ଚର୍ଚ୍ଚା ହୁଏ ଗେହଲଟ ବହୁବାର କଥା ପ୍ରସଙ୍ଗରେ କହନ୍ତି ଦଳକୁ ଏକ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ । ମୁଖ୍ୟମନ୍ତ୍ରୀ ହେବା ପାଇଁ ମୁଁ ଚାହୁଁନାହିଁ । ବରଂ ଅନ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ବାଟ ପ୍ରଶସ୍ତ କରିଦେବି । ସମ୍ଭବତଃ ପାଇଲଟ ଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ଭାବେ ସ୍ଥିର କରିବା ଫଳରେ ଆଗକୁ ଏହି ନେତାଙ୍କ ପାଇଁ ଗେହଲଟଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ପାଇଲଟଙ୍କ ପାଇଁ ଏପରି ପଥ ପରିଷ୍କାର ହୋଇଯାଇଛି କହିଲେ କିଛି ଭୁଲ ହେବ ନାହିଁ । ଗେହଲଟ ଦଳରେ ଜଣେ ଅନୁଭବୀ ନେତା । ତୃତୀୟବାର ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଇନ୍ଦିରାଗାନ୍ଧୀ. ରାଜୀବ ଗାନ୍ଧୀ ଓ ପିଭି ନରସିଂହ ରାଓ ସରକାରରେ ସେ ମନ୍ତ୍ରୀ ଥିଲେ । ନେହେରୁ-ଗାନ୍ଧୀ ପରିବାର ସହ ତାଙ୍କ ସଂପୃକ୍ତି ନେଇ ତାଙ୍କୁ ଦଳର ସବୁଠୁ ବିଶ୍ୱସ୍ତ ଅନୁଗତଙ୍କ ମଧ୍ୟରେ ଗଣାଯାଏ । ଦଳକୁ କିପରି ମଜଭୁତ କରିବା ହେବ ରାହୁଳଙ୍କୁ ସେ ବହୁ ସମୟରେ ପରାମର୍ଶ ଦେଇଆସିଥିବା ଊଣାଅଧିକେ ସମସ୍ତେ ଜାଣନ୍ତି । ସମ୍ଭବତଃ ସେହି କାରଣ ହେତୁ କଂଗ୍ରେସର ସାଧାରଣ ସଂପାଦକ ପଦରେ ରାହୁଳ ଗତ ଏପ୍ରିଲରେ ତାଙ୍କୁ ସାମିଲ କଲେ । କୁହାଯାଏ ଯେ ଗେହଲଟ ଏହି ପଦବୀ ପାଇବା ପରେ ରାହୁଳଙ୍କୁ ଗୋଟିଏ ଫର୍ମୁଲା ଦେଇଥିଲେ, ଯାହାକି ସୁପରସେଭେନ ଫର୍ମୁଲା । ସେହି ଫର୍ମୁଲା ମଧ୍ୟରେ ଦଳରେ ୫ ଟି ବର୍ଗଙ୍କୁ ଅତିକମ୍ରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଅନ୍ୟତମ । ୫ ଟି ବର୍ଗ ହେଲେ ମହିଳା, ପଛୁଆବର୍ଗ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସଂଖ୍ୟାଲଘୁ । ସାମାଜିକ ଦୃଷ୍ଟିକୋଣରୁ ଏହି ୫ ବର୍ଗଙ୍କୁ ଉପେକ୍ଷା କରାଯାଉଥିବା ହେତୁ ଦଳ ଏଥିଲାଗି ସେମାନଙ୍କୁ ମୋହର ଦେବା ରାହୁଳଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । ଗେହଲଟ ପୂର୍ବରୁ ଦୁଇବାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ତାହା ହେଉଛି ୧୯୯୮ ଡିସେମ୍ବରରୁ ୨୦୦୩ ଡିସେମ୍ବର ଓ ୨୦୦୮ ରୁ ୨୦୧୩ । ଏହି ଅବଧି ମଧ୍ୟରେ ରାଜସ୍ଥାନରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । ତାହାକୁ ମୁକାବିଲା କରିବାରେ ସଫଳ ହୋଇଥିଲେ । ରାଜ୍ୟରାଜନୀତିରେ ତାଙ୍କୁ ପୁରୁଣା ଖେଳୱାଡ ଭାବେ ଗ୍ରହଣ କରାଯାଏ । ୧୯୮୦ ରେ ଯୋଧପୁରରୁ ନିର୍ବାଚନ ଲଢ଼ିଥିବା ଏହି ନେତା ୧୯୮୪, ୧୯୯୧, ୧୯୯୬ ଓ ୧୯୯୮ ରେ ସାଂସଦ ହୋଇଛନ୍ତି । ୧୯୯୯ ରେ ସରଦାରପୁର – ଯୋଧପୁରରୁ ଏବଂ ୨୦୦୩ ରେ ୨୦୦୮ ମଧ୍ୟରେ ବିଧାନସଭା ନିର୍ବାଚନ ଜିତିଛନ୍ତି ।
୨୦୧୯ ଲକ୍ଷ୍ୟ : ଅନୁଭବୀ ନେତା କଂଗ୍ରେସର ପୁଞ୍ଜି
- Advertisement -
Stay Connected
Comment
- MatthewNiz on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- DwayneKeple on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- DwayneKeple on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- DwayneKeple on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- DwayneKeple on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?