କେନ୍ଦୁଝର: କେନ୍ଦୁଝର ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କୁ ପରିବର୍ତ୍ତନ କରି ସେହି ପଦରେ ରାଜ୍ୟ ସଭାପତି କାହାକୁ ଥାପିବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ବର୍ତ୍ତମାନର ବିଜେଡି ଜିଲ୍ଲା ସଭାପତି ଶ୍ରୀ ଚକ୍ରବର୍ତ୍ତୀଙ୍କ ଅବଧି ଶେଷ ପରେ ନୂଆ ସଭାପତି ପାଇଁ ରାଜ୍ୟ ନେତୃବୃନ୍ଦ ନିଷ୍ପତ୍ତି ନେବେ । ନିର୍ବାଚନକୁ ଆଉ ମାସ କେଇଟା ଥିଲେ ମଧ୍ୟ ସଭାପତି ପଦ ପରିବତ୍ତର୍ତ୍ତନ ପାଇଁ ରାଜ୍ୟ ସଭାପତି ନିଷ୍ପତ୍ତି ନେବା ପରେ ଜିଲ୍ଲାର ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କୁ ଦୁଇଟି ନାମ ଦେବାକୁ କୁହାଯାଇଛି । ମାତ୍ର ମନ୍ତ୍ରୀ ଦଳୀୟ ସଭାପତି ପଦରେ ବସାଇବାକୁ ଅଭିଜ୍ଞ ଏବଂ ବରିଷ୍ଠ ନେତାଙ୍କ ନାମ ନ ଦେଇ ବିଶ୍ୱସ୍ତ ଅନୁଗତଙ୍କ ନାମ ଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଜିଲ୍ଲାସ୍ତରରେ ସଂଗଠନ ନ ଥିବା ଓ ବିବାଦୀୟ ଲୋକଙ୍କୁ ଦାୟିତ୍ୱ ଦିଆଗଲେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧିପାଇବ ବୋଲି ଆଲୋଚନା ହେଉଛି । ଜିଲ୍ଲାରେ ବିଜେଡି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନବାଚୀ ଉଭା ହୋଇଛି । ଏପରିକି ଜିଲ୍ଲା ସଭାପତି ଦାୟିତ୍ୱ ଜଣେ ଦକ୍ଷ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ସଂଗଠନ ଦାୟିତ୍ୱ ଦିଆନଗଲେ ଦଳ ସ୍ଥିତି ଭୁଶୁଡ଼ି ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦଳର ସାଂଗଠନିକ ଅବଧି ଶେଷ ହୋଇଥିବାରୁ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଓ କୌତୂହଳ ବଢୁଛି । ବିଶେଷକରି ପୁରୁଖା ଏବଂ ଦଳର ବରିଷ୍ଠ ନେତାମାନେ ଏହି ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଏଭଳି ନିଷ୍ପତ୍ତି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଜିଲ୍ଲାର ସଂଗଠନର ନେତୃତ୍ୱ ପାଇଁ କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ତଥା ବିଜୁ କୃଷକ ଜନତା ଦଳର ରାଜ୍ୟ ଉପସଭାପତି କାନନ ବିହାରୀ ପହି, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ଯୁବ ବିଜେଡି ଜିଲ୍ଲା ସଭାପତି ସୌମ୍ୟଶଙ୍କର ଚକ୍ର ନାମ ଚର୍ଚ୍ଚାକୁ ଆସୁଥିଲେ ମଧ୍ୟ ସେମାନଙ୍କର ନାମ ଜିଲ୍ଲାସ୍ତରରୁ ନାମ ରାଜ୍ୟ ସଭାପତିଙ୍କୁ ଦିଆଯାଇନଥିବା ମଧ୍ୟ ଆଲୋଚନା ହେଉଛି । ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଆଦୌ ସଂଗଠନ ନ ଥିବା ଏବଂ ଗ୍ରହଣୀୟ ହେଉନଥିବା ବିବାଦୀୟ ଏବଂ ଏକାଧିକ ପୋଲିସ ମାମଲା ଥିବା ବ୍ୟକ୍ତିଙ୍କୁ ସଂଗଠନ ଦାୟିତ୍ୱ ଦେବା ପାଇଁ ସେମାନଙ୍କର ନାମ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି । ମନ୍ତ୍ରୀ ନିଜ ଅନୁଗତଙ୍କୁ ଜିଲ୍ଲା ସଭାପତି ପଦରେ ରଖି ସଂଗଠନକୁ ନିଜ କର୍ତ୍ତୃତ୍ୱରେ ରଖିବାକୁ ଉଦ୍ୟମ କରୁଥିବାରୁ ଏହାକୁ ଦଳର ପୁରୁଖା ଏବଂ ବରିଷ୍ଠ ନେତା ସହଜରେ ଗ୍ରହଣ କରୁନାହାନ୍ତି । ସମସ୍ତଙ୍କ ମଧ୍ୟରେ ଗ୍ରହଣୀୟ ହେଉଥିବା ଜିଲ୍ଲାସ୍ତରରେ ନିଜର ଦଖଲ ଥିବା ନେତାଙ୍କୁ ଜିଲ୍ଲା ସଭାପତି ନ କରି ରାଜ୍ୟ ବିଜେଡି ସଭାପତି ମନ୍ତ୍ରୀଙ୍କ ସୁପାରିସକୁ ଯଦି ଗ୍ରହଣ କରନ୍ତି ତାହା ଆଗାମୀ ଦିନରେ ଗୋଷ୍ଠୀକନ୍ଦଳ ବୃଦ୍ଧି କରିବ ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ଜୋର୍ ଧରିଛି ।
ବିଜେଡି ଜିଲ୍ଲା ସଭାପତି ପଦକୁ ନେଇ ଚର୍ଚ୍ଚା !
- Advertisement -
Stay Connected
Comment
- mostbet_zwMr on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- Rubenraw on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- Scottnon on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Carlosadoke on ଆସନ୍ତାକାଲି ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
- mostbet_vren on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା

Captain selection in matches where teams are playing back-to-back days — recovery matters.
Hello everyone,it’s mmy fifst visut at ths site, aand paragraph iis truly
ftuitful for me, kwep up posing such posts. xnxx