ପୁରୀ : ପ୍ରଥମ ଥର ପାଇଁ ଦିଲ୍ଲୀର ଜଣେ ଭକ୍ତ କେ.କେ. ଶର୍ମା ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ଭାବ ରଖି ଆଗେଇ ଆସିଛନ୍ତି। ତିନିରଥ, ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରକୁ ପର୍ଯ୍ୟାପ୍ତ ପରିମାଣ ଫୁଲରେ ସଜାଇବେ ବୋଲି ଆଗ୍ରହ ରଖିଥିଲେ। ଶ୍ରୀମନ୍ଦିର ପ୍ରଶାସନଠାରୁ ଅନୁମତି ପାଇବା ପରେ ମଙ୍ଗଳବାରଠାରୁ ସେ ଫୁଲ ସଜ୍ଜା କାମ ଆରମ୍ଭ କରିଛନ୍ତି। ପ୍ରାୟ ୨୦୦ କାରିଗର ଏଥିରେ ନିୟୋଜିତ ହୋଇଛନ୍ତି। ହେଲେ ଆରମ୍ଭରୁ ବିବାଦରେ ଫସିଛି ଶ୍ରୀମନ୍ଦିର ଫୁଲ ସଜା। ଫୁଲ ସଜାଇବାକୁ ଆସିଥିବା ଏହି ବଙ୍ଗୀୟ କାରିଗର ସିଂହଦ୍ୱାର ପ୍ରବେଶ ପଥରେ ଥିବା ଜୟ ବିଜୟ ମୂର୍ତ୍ତି ଉପରେ ଚଢିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗନ୍ନାଥପ୍ରେମୀ ଏବଂ ବୁଦ୍ଧିଜୀବୀ। ଜଗନ୍ନାଥପ୍ରେମୀ ପ୍ରତାପ ଶତପଥୀ କହିଛନ୍ତି ଯେ, ଦିଲ୍ଲୀରୁ ଜଣେ ଭକ୍ତ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରକୁ ଫୁଲରେ ସଜେଇବାକୁ ଆସିବା ସ୍ବାଗତଯୋଗ୍ୟ। କିନ୍ତୁ ସମ୍ପୃକ୍ତ କାରିଗରମାନଙ୍କୁ ଶ୍ରୀମନ୍ଦିର ବିଷୟରେ ଅବଗତ କରାଯିବା ଦରକାର ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଯଦି ଏଭଳି କିଛି ଘଟିଛି ତେବେ ତାଙ୍କୁ ଅବଗତ କରାଯିବ। ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିଲାଗି ପଦକ୍ଷେପ ନିଆଯିବ। ସେ କେବଳ ଶ୍ରୀମନ୍ଦିର ନୁହଁ, ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ସୁସଜ୍ଜିତ କରିବେ। ସେ ନିଜ ଅର୍ଥରେ ଏ ସବୁ କରୁଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ବିବାଦରେ ଶ୍ରୀମନ୍ଦିର ଫୁଲ ସଜ୍ଜା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RandallLam on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- Angelothini on ଆଜିର ରାଶିଫଳ
- Ahmedexcum on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- RandallLam on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- RandallLam on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
