ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନୀ’ପୁରୀଠାରୁ ପ୍ରାୟ ୫୧୦ କିଲୋମିଟର ଦୂରରେ ରହିଛି। ଏହା ଶୁକ୍ରବାର ସନ୍ଧ୍ୟା ୫ଟା ୩୦ ପାଖାପାଖିରେ ପୁରୀ ନିକଟରେ ଲାଣ୍ଡଫଲ କରିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଚାନ୍ଦବାଲି ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ହେବ ବୋଲି ଆକଳନ କରାଯାଉଛି। କେତେକ ଅଞ୍ଚଳରେ ପବନ ୨୦୦କିଲୋମିଟର ବେଗରେ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ସମୁଦ୍ରରେ ୧.୫ ମିଟର ଉଚ୍ଚ ଜୁଆର ଉଠିବ ବୋଲି କୁହାଯାଉଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଆଦି ଜିଲାର ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଅଣାଯିବ। ‘ଫନୀ’ମୁକାବିଲା ପାଇଁ ୨୮ ଏନଡିଆରଏଫ ଓ ୨୦ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି। ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ମଧ୍ୟ ବାତ୍ୟା ପାଇଁ ସତର୍କ ରହିଛନ୍ତି। ବାତ୍ୟାକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ୧୦୩ ଟ୍ରେନ ବାତିଲ କରାଯାଇଛି। ସେହିପରି ବାତ୍ୟା ମୁକାବିଲା ପାଇଁ ଭୁବନେଶ୍ୱରରେ ଦମକଳ ବାହିନୀର ୬ ଜଣିଆ ସଦସ୍ୟଥିବା ୫୦ ଟିମକୁ ପ୍ରସ୍ତୁତ ରଖାଯାଇଛି। ‘ଫନୀ’ ପୁରୀ ଜିଲ୍ଲାରେ ଅଧିକ କ୍ଷତି ଘଟାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାହାରୁ ଆସିଥିବା ପର୍ପ୍ୟଟକମାନେ ବାତ୍ୟା ଆସିବା ପୂର୍ବରୁ ନିଜ ନଜ ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି।
ପୁରୀଠାରୁ ୫୧୦ କିଲୋମିଟର ଦୂରରେ ‘ଫନୀ’
Leave a Comment
Leave a Comment
- Advertisement -
Stay Connected
Comment
- Wadehaw on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- chicken-road_umpa on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- JeffersonAdvob on ଆଜିର ରାଶିଫଳ
- Gregordip on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- chicken-road_glpa on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
