ଓଡ଼ିଶାର ଟେଲିଭିଜନ୍ ଏବଂ ୱେବ ମିଡିଆକୁ ସରକାରଙ୍କ ପକ୍ଷରୁ ମିଳିଥିବା ବିଜ୍ଞାପନ ସମ୍ପର୍କରେ ବିଧାନସଭାରେ ଉଠିଛି ପ୍ରଶ୍ନ। ଏହାର ଉତ୍ତର ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ ଗୃହକୁ ଦେଇଥିବା ତାଲିକା ଅନୁଯାୟୀ ୨୦୧୮-୧୯ରେ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଟେଲିଭିଜନ ଚ୍ୟାନେଲ ମଧ୍ୟରେ ନ୍ୟୁଜ୍ ୭କୁ ବିଜ୍ଞାପନ ବାବଦରେ ସର୍ବାଧିକ ୧ କୋଟି ୫ଲକ୍ଷ ଟଙ୍କା ସରକାର ପ୍ରଦାନ କରିଛନ୍ତି। ସେହିପରି ଏହି ସମୟରେ ୱେବ ପୋର୍ଟାଲ ମଧ୍ୟରେ ଓମ୍ କମ୍ ନ୍ୟୁଜ୍ ଡଟ୍ କମ୍କୁ ସର୍ବାଧିକ ୧୯ ଲକ୍ଷ ଟଙ୍କା ଦିଆଯାଇଛି।
ସଦସ୍ୟ ପ୍ରଫୁଲ୍ଲ ମାଝୀଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଦର ଧାର୍ଯ୍ୟ କରାଯିବା ସହ ସେହି ଅନୁଯାୟୀ ରାଜ୍ୟର ପଞ୍ଜିକୃତ ବିଭିନ୍ନ ଇଲେକ୍ଟ୍ରୋନିକ୍ ମିଡିଆରେ ସରକାରଙ୍କ ପକ୍ଷରୁ ବିଜ୍ଞାପନ ପ୍ରସାରଣ କରାଯାଉଛି।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଜନହିତକର ଯୋଜନାଗୁଡ଼ିକର ପ୍ରଚାର ଓ ପ୍ରସାର ଲାଗି ଇଲେକ୍ଟ୍ରୋନିକ ମିଡିଆରେ ବିଜ୍ଞାପନ ଦିଆଯାଉଛି। ବିଧାୟକ ପ୍ରଫୁଲ୍ଲ ମାଝୀ ୨୦୧୭ ମସିହାରୁ ବର୍ତ୍ତମାନ ସୁଦ୍ଧା କେଉଁ ମିଡିଆକୁ କେତେ ଟଙ୍କା ଆକାରରେ ବିଜ୍ଞାପନ ଦିଆଯାଇଛି ଏବଂ କେଉଁ ଆଧାରରେ ଦିଆଯାଇଛି ବୋଲି ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ସୂଚନା ମନ୍ତ୍ରୀ ଏକ ୫ ପୃଷ୍ଠା ସମ୍ବଳିତ ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି।
୨୦୧୭–୧୮ରେ ଓଟିଭିକୁ ସର୍ବାଧିକ, ୨୦୧୮–୧୯ରେ ଶୂନ
ମନ୍ତ୍ରୀ ଦେଇଥିବା ତାଲିକା ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଏବଂ ଜାତୀୟସ୍ତରର ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ ଏବଂ ରେଡିଓ ଷ୍ଟେସନକୁ ବିଜ୍ଞାପନ ବାବଦରେ ଯେତିକି ଟଙ୍କା ଦିଆଯାଇଛି ତାହା ଭିତରେ ସବୁଠୁ ଉପରେ ରହିଛି ଜଗି ମଙ୍ଗତ୍ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି। ଏହି ସମୟ ମଧ୍ୟରେ ଓଟିଭିକୁ ମଳିଛି ୮୭ ଲକ୍ଷ ଟଙ୍କାର ବିଜ୍ଞାପନ। ତେବେ ୨୦୧୮-୧୯ ଆର୍ଥିକ ବର୍ଷରେ ଦିଆଯାଇଥିବା ବିଜ୍ଞାପନ ତାଲିକାରେ ଓଟିଭିର ନାଁ ନାହିଁ। ଅବଶ୍ୟ ଜଗିଙ୍କ ମାଲିକାନାରେ ଥିବା ତରଙ୍ଗ ଟିଭି, ଅଳଙ୍କାର ଏବଂ ପ୍ରାର୍ଥନାକୁ ୫୮ ଲକ୍ଷ ଟଙ୍କାରୁ ଅଧିକ ବିଜ୍ଞାପନ ମିଳିଛି।
୨୦୧୮-୧୯ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ଟିଭି ଚ୍ୟାନେଲକୁ ରାଜ୍ୟ ସରକାର ବିଜ୍ଞାପନ ବାବଦରେ ଯେତିକି ଟଙ୍କା ଦେଇଛନ୍ତି ତା’ ଭିତରେ ସବୁଠୁ ଉପରେ ରହିଛି ପ୍ରମେୟ ମାଲିକାନାରେ ଥିବା ନ୍ୟୁଜ୍ ୭ । ଏହି ଚ୍ୟାନେଲକୁ ସରକାର ବିଜ୍ଞାପନ ବାବଦରେ ୧ କୋଟି ୫ଲକ୍ଷ ଟଙ୍କାରୁ ଅଧିକ ପ୍ରଦାନ କରିଛନ୍ତି।
ନ୍ୟୁଜ୍ ୭ ପଛକୁ ରହିଛି ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ମାଲିକାନାରେ ଥିବା ନ୍ୟୁଜ୍ ୱାର୍ଲଡ ଓଡ଼ିଶା। ଏହି ଚ୍ୟାନେଲକୁ ସରକାର ୧ କୋଟି ୩ଲକ୍ଷ ୮୭ହଜାରରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ତା’ ପଛକୁ ୧ କୋଟି ୩ଲକ୍ଷ ୭୮ ହଜାର ପାଇଛି ବିଜେଡି ରାଜ୍ୟସଭା ସାଂସଦ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କଳିଙ୍ଗ ଟିଭି।
ସମ୍ବାଦ ଗ୍ରୁପର ଟେଲିଭିଜନ୍ ଚ୍ୟାନେଲ୍ କନକ ନ୍ୟୁଜ୍ ୧ କୋଟିରୁ କିଛି ଅଙ୍କ ତଳେ ରହିଛି। ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଏହି ଚ୍ୟାନେଲକୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୯୮ଲକ୍ଷ ୭୯ ହଜାର ଟଙ୍କା ବିଜ୍ଞାପନ ବାବଦରେ ପ୍ରଦାନ କରାଯାଇଛି।
ସେହିପରି ଏମ୍ବିସି ଟିଭି ୮୭ ଲକ୍ଷ ୮୪ ହଜାର ଟଙ୍କାର ବିଜ୍ଞାପନ ପାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟେଲିଭିଜନ୍ ଚ୍ୟାନେଲଗୁଡ଼ିକ ମଧ୍ୟରେ ଲୋକପ୍ରିୟତାର ପଛରେ ପଡିଥିବା ନକ୍ଷତ୍ର ନ୍ୟୁଜ୍ ଏବଂ କାମୟାବ୍ ଟିଭି କିନ୍ତୁ ବିଜ୍ଞାପନ ଦୌଡ଼ରେ ପଛରେ ପଡିନାହାନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ନକ୍ଷତ୍ର ନ୍ୟୁଜକୁ ୫୫ଲକ୍ଷ ୭୨ ହଜାର ଟଙ୍କା ମିଳିଥିବା ବେଳେ କାମୟାବ୍କୁ ୫୫ଲକ୍ଷ ୯୩ ହଜାର ଟଙ୍କା ବିଜ୍ଞାପନ ବାବଦରେ ମିଳିଛି।
ଅନ୍ୟମାନଙ୍କ ମଧ୍ୟରେ ଜି ଓଡ଼ିଶାକୁ ୫୦ଲକ୍ଷ ୮୪ ହଜାର, ଦୂରଦର୍ଶନକୁ ୨୬ଲକ୍ଷ ୫୧ହଜାର, ନ୍ୟୁଜ୍ ୧୮ ଓଡ଼ିଆକୁ ୬୪ଲକ୍ଷ ୯୩ ହଜାର, ଜୀ ସାର୍ଥକ ଟିଭିକୁ ୭୪ଲକ୍ଷ ୨୭ ହଜାର ଏବଂ କଲରସ ଓଡ଼ିଆକୁ ୪୯ ଲକ୍ଷ ୩୮ ହଜାର ଟଙ୍କା ବିଜ୍ଞାପନ ବାବଦରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଦାନ କରିଛି।
ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଡିଜିଟାଲ ମିଡିଆର ଏକ ନୂଆ ଧାରା ଆରମ୍ଭ ହୋଇଛି। ଏହି ମିଡିଆର ଲୋକପ୍ରିୟତାକୁ ଉପଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଟେଣ୍ଡର ମାଧ୍ୟମରେ ରାଜ୍ୟର ଅଗ୍ରଣୀ ଓଡ଼ିଆ ଏବଂ ଇଂରାଜୀ ପୋର୍ଟାଲକୁ ପଞ୍ଜୀକୃତ କରାଯାଇଛି। କାଟାଗୋରି ଏ, ବି ଏବଂ ସିରେ ବିଭକ୍ତ ବିଭିନ୍ନ ପୋର୍ଟାଲ୍ ପାଇଁ ବିଜ୍ଞାପନ ବାବଦରେ ଅଲଗା ଦର ଧାର୍ଯ୍ୟ କରାଯାଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି।
ଓଡ଼ିଶାର ପୋର୍ଟାଲମାନଙ୍କ ମଧ୍ୟରେ ବିଜ୍ଞାପନ ଦୌଡ଼ରେ ସବୁଠୁ ଉପରେ ରହିଛି ଓମ୍ କମ୍ ନ୍ୟୁଜ୍ ଡଟ୍ କମ୍। ୨୦୧୮-୧୯ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସରକାର ଓମ୍ କମ୍କୁ ୧୯ ଲକ୍ଷ ୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ମଧ୍ୟରେ କନକ ନ୍ୟୁଜ୍, ସମ୍ବାଦ ଡଟ୍ ଇନ୍, ଓଡ଼ିଶା ସନ୍ଟାଇମସ୍ ଡଟ୍ କମ୍, ଧରିତ୍ରୀ ଡଟ୍ କମ୍, ଓଡ଼ିଶା ପୋଷ୍ଟ ଡଟ୍ କମ୍, ଓଡ଼ିଶା ଡଟ୍ ଲାଇଭ୍ ଏବଂ ସମାଜ ଲାଇଭ୍ ଡଟ୍ ଇନ୍ ଆଦି ପ୍ରତ୍ୟେକ ମିଡିଆକୁ ୧ ଲକ୍ଷ ୭୫ ହଜାର ଟଙ୍କା ବିଜ୍ଞାପନ ବାବଦରେ ସରକାର ଦେଇଛନ୍ତି।
ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟରେ ବର୍ତ୍ତମାନ ରାଜ୍ୟର ୨୫ଟି ନ୍ୟୁଜ୍ ପୋର୍ଟାଲକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଜ୍ଞାପନ ଦିଆଯାଇଛି। ଏ ବାବଦରେ ସରକାର ପ୍ରାୟ ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ସେହିପରି ବିଭିନ୍ନ ଟିଭି ଚ୍ୟାନେଲ୍, ରେଡିଓ ଷ୍ଟେସନ୍ ଏବଂ ଡିଟିଏଚ୍ କମ୍ପାନି ମାଧ୍ୟମରେ ବିଜ୍ଞାପନ ପ୍ରସାରଣ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ମୋଟ୍ ୯କୋଟି ୬୯ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏ କ୍ଷେତ୍ରରେ ୨୦୧୮-୧୯ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ସରକାର ୯ କୋଟି ୪୯ ଲକ୍ଷ ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ଗୃହରେ ଘୋଷଣା କରିଛନ୍ତି।
ଆଗକୁ ଆସୁଛି ନିର୍ବାଚନ। ତେଣୁ ସରକାରଙ୍କର ବିଭିନ୍ନ ଯୋଜନାର ଘନ ଘନ ପ୍ରଚାର ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ବିଭିନ୍ନ ମିଡିଆରେ ବିଜ୍ଞାପନ ଦେଉଛନ୍ତି। ଆଜିର ଦିନରେ ଟେଲିଭିଜନ୍ ଏବଂ ୱେବ ପାଇଁ ବିଜ୍ଞାପନ ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ବାସ୍ତବରେ ଦେଖିବାକୁ ଗଲେ ସରକାରୀ ବିଜ୍ଞାପନର ସିଂହ ଭାଗ ଏପର୍ଯ୍ୟନ୍ତ ମୁଦ୍ରଣ ମାଧ୍ୟମ ବା ଖବରକାଗଜକୁ ଯାଉଛି। ପ୍ରତିଦିନ ସକାଳୁ ଆଗଧାଡ଼ିର ଖବରକାଗଜ ଉପରେ ଆଖି ପକାଇବା ମାତ୍ରେ ଏକଥା ଜଳ ଜଳ ହୋଇ ଦିଶିଯାଉଛି।
ଖବରକାଗଜ, ରେଡିଓ, ଟେଲିଭିଜନ୍ ଏବଂ ୱେବ ପୋର୍ଟାଲ୍ ପରେ ସରକାର ଏବଂ ବିଭିନ୍ନ ସରକାରୀ ସଂସ୍ଥା ଏବେ ଡିଟିଏଚ୍ ପ୍ଲାଟ୍ଫର୍ମ, ସୋସିଆଲ ମିଡିଆ ତଥା ମୋବାଇଲ ମିଡିଆ ପରି ଅତ୍ୟାଧୁନିକ ବିଜ୍ଞାପନ ମାଧ୍ୟମରେ ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?