ନୂଆଦିଲ୍ଲୀ: ଫରାସୀ ଭୁତାଣୁତତ୍ତ୍ୱବିତ୍ ତଥା ଭେଷଜ ନୋବେଲ ବିଜୟୀ ଲକ୍ ମୋଣ୍ଟାଗନିଏର ଦାବି କରିଛନ୍ତି ଯେ ସାର୍ସ-କୋଭ-୨ (ନଭେଲ କରୋନାଭୂତାଣୁ) ହେଉଛି ମନୁଷ୍ୟକୃତ। କାରଣ ଏକ ଚୀନା ଲ୍ୟାବ୍ରେ ଏଡ୍ସ୍ ଭୂତାଣୁ ପାଇଁ ଟିକା ବାହାର କରିବାର ଉଦ୍ୟମ ବେଳେ ଏହା ଉତ୍ପନ ହୋଇଛି। ଏକ ଫରାସୀ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଏଡ୍ସ୍ ଭୂତାଣୁର ସହ-ଆବିଷ୍କାରକ ଯିଏ ୨୦୦୮ରେ ଅନ୍ୟ ଦୁଇ ବୈଜ୍ଞାନିକଙ୍କ ସହ ଭେଷଜ ନୋବେଲ ପୁରସ୍କାର ବିଜେତା ହୋଇଥିଲେ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ କରୋନାଭୂତାଣୁର ଜେନୋମ୍ରେ ଏଚ୍ଆଇଭିର ଉପାଦାନ ଓ ମ୍ୟାଲେଟିଆ କୀଟାଣୁର ଉପସ୍ଥିତି ରହିଛି, ଯାହାକି ପ୍ରାକୃତିକ ଭାବେ ସମ୍ଭବ ହୋଇନଥାଏ। ମୋଣ୍ଟାଗନିଏର ଅଭିଯୋଗ କରିଛନ୍ତି ଯେ ଉହାନ୍ ନ୍ୟାସନାଲ ବାୟୋସେଫ୍ଟି ଲାବୋରେଟୋରିରେ ୨୦୦୦ ମସିହାର ଆଦ୍ୟ ଭାଗରେ କୌଣସି ଏକ ଔଦ୍ୟୋଗିକ ଦୁର୍ଘଟଣା ହୋଇ ସ୍ୱତନ୍ତ୍ର ଭାବରେ ଏଭଳି କରୋନାଭୂତାଣୁ ସୃଷ୍ଟି ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏହା ଉପରେ ଏକ ତଦନ୍ତ ଆରମ୍ଭ କରିଥିବା କାଳରେ ଏଭଳି ଅଭିଯୋଗ, ସଂପୃକ୍ତ ସନ୍ଦେହକୁ ଖୋରାକ ଯୋଗାଇଛି। ଦିନ କେଇଟା ପୂର୍ବରୁ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲହ୍ ଟ୍ରମ୍ପ କହିଛନ୍ତି, ଆମେ ବାରମ୍ବାର ଏ କଥା ଶୁଣୁଛୁ। ତେଣୁ ଆମେ ଏକ ଟିକିନିଖି ଅନୁଧ୍ୟାନ କରୁଛୁ। ସେକ୍ରେଟାରି ଅଫ୍ ଦ ଷ୍ଟେଟ୍ ମାଇକ୍ ପୋମ୍ପିଓ କହିଛନ୍ତି, ଆମେରିକା ଜାଣିଛି ଯେ ଉହାନ୍ ଲ୍ୟାବ୍ରେ ଅତିମାତ୍ରାରେ ମନୁଷ୍ୟ ଶରୀରକୁ ସଂକ୍ରମିତ ହେଲା ଭଳି ସାମଗ୍ରୀଗୁଡ଼ିକ ରହିଥିଲା। ତେବେ ମୋଣ୍ଟାଗନିଏରଙ୍କୁ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ରୂପେ ବିବେଚନା କରାଯାଉଛି। କାରଣ ସେ ଅତୀତରେ ଦୁଇଟି ବିବାଦୀୟ ଗବେଷଣା ସନ୍ଦର୍ଭ ପ୍ରକାଶ କରିଥିଲେ – ଡିଏନ୍ଏ ଟେଲିପୋର୍ଟେସନ ଦ୍ୱାରା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ଗୁଡ଼ିକ ବାଷ୍ପୀଭୂତ ହୋଇଯାଏ, ଏବଂ ଅନ୍ୟଟି ହେଉଛି ପାର୍କିନସନ୍ ଚିକିତ୍ସା କରିବାରେ ଅମୃତଭଣ୍ଡାର ଉପକାରିତା। ଉଭୟକୁ ବୈଜ୍ଞାନିକ ସମୁଦାୟର କିଛି ବ୍ୟକ୍ତି କଟୁ ସମାଲୋଚନା କରିଥିଲେ।
ଉହାନ୍ ଲ୍ୟାବ୍ରେ ହିଁ ମନୁଷ୍ୟକୃତ କରୋନା ଭୂତାଣୁ
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.