ଫେବୃୟାରୀ ୦୮ ତାରିଖ ୨୦୧୯ମସିହା
ମେଷ
ଆଜି ବୁଧଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇପାରନ୍ତି। ତଥାପି ଏକାଦଶସ୍ଥ ହେତୁ ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସଙ୍ଗକୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ। ଧାର କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ଭ୍ରମଣ ଜନିତ ଅବସାଦ ଦେଖାଦେଇପାରେ।
ବୃଷ
ଆସନ୍ତାକାଲିର ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଅପେକ୍ଷା କରିଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିକଟ ସମ୍ପର୍କୀୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ମିଥୁନ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥି୍ରତା ରହିନପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହୋଇପାରେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିବେ।
କର୍କଟ
ବନ୍ଧୁ ମାନଙ୍କ ଆଶ୍ୱାସନା କ୍ରମେ ଅର୍ଥ ସମ୍ପର୍କୀୟ ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଅଫିସ୍ରୁ ଫେରନ୍ତା ବାଟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବାର ସୂଚନା ରହିଛି । ପାରିବାରିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ସିଂହ
ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଆକସ୍ମିକ ଭାବରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କଳା, ସାହିତ୍ୟ, ସାମ୍ବାଦିକତା ସଙ୍ଗକୁ ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
କନ୍ୟା
ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ତରବର ନହୋଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ୟ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ପଡିପାରେ।
ତୁଳା
ପରିବାରରେ କାହା ମନ କାହା ସଙ୍ଗରେ ନମିଶିବା କାରଣରୁ ମନ ଭଲ ରହିବ ନାହିଁ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ। କର୍ମକ୍ଷେତ୍ରରେ, ସଭା ସମିତିରେ,ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ନିଜର ମନ ମୁତାବକ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରଶାସନିକ ସ୍ତରରେ ସମସ୍ୟା ସରଳ ସମାଧାନ କରିବା କଷ୍ଟକର ହୋଇପାରେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ସବୁ କଥାରେ ନୀରବ ରହିବାକୁ ପଡିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
ଧନୁ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଭାବୁଥିବା କଥାଟି ଆଜି ଯଥା ସମୟରେ ହୋଇଯିବ। ଯେ କୌଣସି ପ୍ରତିଯୋଗିତାରେ ଯୋଗଦେଲେ ଅବଶ୍ୟ ସଫଳତା ପାଇବା ଯୋଗୁ ମନ ଖୁସି ରହିବ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା,ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମକର
ଦୀର୍ଘ ଦିନରୁ ସ୍ଥଗିତ ରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବାର ସୂଚନା ରହିଛି। ବନ୍ଧୁ ମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରେ ଉନ୍ନତି କରିବେ। ଆତ୍ମୀୟମାନଙ୍କ ପୃଷ୍ଠ ସାହାଯ୍ୟ ଲାଭକରି ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି।
କୁମ୍ଭ
ଭଲ ସମ୍ପର୍କ ନଥିବା ବନ୍ଧୁମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ। ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନ
କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। କଠିନ ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।

купить шкаф на заказ шкафы-заказать.рф
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.