Dt – 13.02.2019
ମେଷ
ଆଜି ଚନ୍ଦ୍ର ଉଚ୍ଚସ୍ଥାନକୁ ଅବତରଣ କରି ଆପଣଙ୍କ ଆର୍ଥିକ ଅଭିବୃଦ୍ଧି, ନୂତନ ବନ୍ଧୁ ସମ୍ପର୍କ ଓ ଫଳପ୍ରଦ ଆଲୋଚନା ମାଧ୍ୟମରେ କାର୍ଯ୍ୟ ହାସଲ କରାଇବେ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢ଼ିଯାଇପାରେ। ଅନ୍ୟମାନେ ଯେତେ ପ୍ରକାର ସମସ୍ୟା ସୃଷ୍ଟି କଲେ ମଧ୍ୟ ହାତ ମୁଠାରୁ ସୁ୍ଯୋଗ ଖସିଯାଇପାରିବ ନାହିଁ।
ବୃଷ
ଖୁସୀ ମନରେ କାମ କରିବା ସଙ୍ଗକୁ ଯେମିତି ଚାହୁଁଛନ୍ତି ତାହା ପାଇବା ଓ କରିବା ଦିଗରେ କୌଣସି ଅସୁବିଧା ରହିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ , ରାଜନୀତି, ଦୂରଭ୍ରମଣ, କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ମିଥୁନ
ଆଜିର ଚନ୍ଦ୍ରଙ୍କ ସ୍ଥିତି ଅନୁସାରେ ଯଦି କିଛି ପାଇବାକୁ ଇଛା କରୁଛନ୍ତି ତେବେ କିଛି ଦେବାକୁ ପଡିପାରେ। କିନ୍ତୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ କାରଣରୁ ବିଫଳତା ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ସକାଶେ ବ୍ୟସ୍ତ ରହିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କଲେ ଉପକୃତ ହେବେ।
କର୍କଟ
ଆଜିର ଗ୍ରହସ୍ଥିତି ବହୁତ ଭଲ ରହିଥିବାରୁ ଯେଉଁ କାମରେ ହାତଦେବେ ସେଥିରେ ଶତକଡା ଶହେଭାଗ ଶୁଭଫଳ ପାଇବେ। ବିଶିଷ୍ଟ ବ୍ୟକ୍ତି ମାନଙ୍କ ଅନୁକମ୍ପା ମାଧ୍ୟମରେ ମନ ଭିତରର କଥାକୁ ପ୍ରକାଶ କରି ଅଭିଳାଷ ପୂରଣ କରିପାରନ୍ତି। ଅଭାବ ନଥିଲେ ମନ ଭଲ ରହିବ ନାହିଁ। ପାରିବାରିକ ସ୍ତରରେ ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି।
ସିଂହ
ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଲୋକସମ୍ପର୍କ ବୃଦ୍ଧି ଦିଗରେ ସାହାଯ୍ୟ କରିବ। କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ଆର୍ଥିକ ଅନଟନ ରହିଥିଲେ ଆବଶ୍ୟକ ସମୟରେ କୈାଣସି ବନ୍ଧୁଙ୍କ ସାହାଯ୍ୟରୁ କାମ ଅଟକିବ ନାହିଁ। ଆନୁଷ୍ଠାନିକ କାମରେ ଆତ୍ମୀୟତାର ସହ କାମ କରି ବିଭିନ୍ନ ବର୍ଗର ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
ଆଜି ଚନ୍ଦ୍ରକେନ୍ଦ୍ରସ୍ଥ ବୃହସ୍ପତି ଗଜକେଶରୀ ଯୋଗ ସୃଷ୍ଟିକରି ଆପଣଙ୍କୁ ଉଚ୍ଚ ସମ୍ମାନ, ଅର୍ଥ, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରଦାନ କରିବ। କୈାଣସି ନୂତନ କାମ ଆରମ୍ଭ କରି ଗୁରୁଜନିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ପରିସ୍ଥିତିର ସାମନା କରିବା ପରି ପ୍ରେକ୍ଷୀରେ ପାଖ ପଡୋଶଙ୍କ ସାହାଯ୍ୟ ନେବା ପାଇଁ ବାଧ୍ୟହେବେ। ପରୋକ୍ଷ ଶତ୍ରୁତା ଲାଗି ରହିପାରେ।
ତୁଳା
ଶନି ଯୁକ୍ତ ଶୁକ୍ର କାରଣରୁ ସାମୟିକ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରି ମାମଲାରେ ସମସ୍ୟା କ୍ରମଶଃ ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହିପାରନ୍ତି। ଶତ୍ରୁତା ହଠାତ୍ ପ୍ରଶମିତ ହେବନି କିନ୍ତୁ କିଛି ସମୟ ପାଇଁ ମଳିନ ରହିବ।
ବିଛା
ପରିବର୍ତ୍ତିତ ସମୟକୁ ନେଇ ଆପଣଙ୍କର ଚିନ୍ତାଧାରା ମଧ୍ୟ ବଦଳିଯିବ। ନିଜର ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କୁ ମଧ୍ୟ ମାଙ୍ଗଳିକ କାମରେ ବିସ୍ମରି ଯାଇପାରନ୍ତି। କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡିକ ଅସମ୍ପୂର୍ଣ୍ଣ ରହିବା କାରଣରୁ ମନ ଭଲ ରହିନପାରେ। ସଭାସମିତି, ଜମିଜମା କଥା ନେଇ ପଡୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ।
ଧନୁ
ନିଜର ଗୁରୁତ୍ୱପୂର୍ଣ୍ଣ କାମକୁ ପଛରେ ପକାଇ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା କରିପାରନ୍ତି। ସନ୍ତାନଙ୍କ ଦୁର୍ବଳସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବର ପରିବର୍ତ୍ତନ ପାଇଁ ବନ୍ଧୁଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହେବ। ଆତ୍ମୀୟମାନଙ୍କ ସହଯୋଗରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଆଜି କେତେକାଂଶରେ ନିୟନ୍ତ୍ରଣାଧୀନ ରହିବ।
ମକର
ଆଜିର ପ୍ରତ୍ୟୁଷ ଯାତ୍ରା, ସଭାସମିତି, ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଂଶିକ ସଫଳତା ପାଇବେ। ଅନ୍ୟ ମାନଙ୍କର ପ୍ରେରଣାରେ ଉଦ୍ବୁଧ ହୋଇ ଜନହିତକର କାର୍ଯ୍ୟରେ ନିଜକୁ ଲଗାଇ ପାରନ୍ତି। ପରିବାରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ପାଇଁ ବନ୍ଧୁବର୍ଗଙ୍କ ସାହାଯ୍ୟ ନେଇପାରନ୍ତି।
କୁମ୍ଭ
ଚନ୍ଦ୍ରଙ୍କ ଦୃଷ୍ଟି ପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ଥି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ରହି ପାରନ୍ତି। ବନ୍ଧୁମାନଙ୍କ ପରାମର୍ଶରେ ଦେବାର୍ଚ୍ଚନା ସକାଶେ ମନ ବଳାଇବେ।
ମୀନ
ସବୁକିଛି ଠିକ୍ ଚାଲିଥିଲେ ମଧ୍ୟ ଆପଣଙ୍କ ଆପଣଙ୍କ କଡାକଥା ଓ ଋକ୍ଷବ୍ୟବହାର ବନ୍ଧୁସମ୍ପର୍କ ହାନୀର କାରଣ ପାଲଟିଯିବ। ପରୋକ୍ଷ ଭାବେ ଶତ୍ରୁତା କରିବା ସହ କେହି ଅସୁବିଧାରେ ପକାଇପାରନ୍ତି। ସଭାସମିତରେି, ଆଲୋଚନା ପରିସର, ରାଜନୈତିକ ସ୍ଥିତି, ପ୍ରଶାସନିକ ସ୍ତରରେ ପ୍ରତିରୋଧ ଦୂରେଇଯିବ। ନୂତନସ୍ଥାନ ପରିଦର୍ଶନର ସୁଯୋଗ ପାଇବେ।

ip камера wifi http://ip-kamery-kaliningrad.ru
Читать больше на сайте: https://gen-web.ru
Hi! I cold have sqorn I’ve been tto yoour bllg before butt
aftger browsing through may oof thee posts I reealized it’s
neew too me. Nonetheless, I’m definiitely pleasd I discoverred iit aand
I’ll be boiokmarking it andd checking bck regularly!
my web-site ::alexis crystal lady dee mr anonymous cock