ଲିସେଷ୍ଟର,୨୯।୧୦(ଏଏଫ୍ପି)- ଲିସେଷ୍ଟର ସିଟି ଫୁଟ୍ବଲ କ୍ଲବ ମାଲିକ ଭିଚାଇ ଶ୍ରୀଭାଦ୍ଧନାପ୍ରଭା ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରିମିୟର ଲିଗ୍ ଫୁଟବଲ ଷ୍ଟାଡିୟମରୁ ଉଡାଣ ଆରମ୍ଭ କରିବା ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଭିଚାଇଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିବା କ୍ଲବ ପକ୍ଷରୁ ରବିବାର କୁହାଯାଇଛି। ଶନିବାର କିଙ୍ଗ ପାଓ୍ବାର ଷ୍ଟାଡିୟମ୍ରେ ଦୁର୍ଘଟଣା ପରେ ଫୁଟ୍ବଲ ପ୍ରଶଂସକମାନେ ଶୋକ ପ୍ରକାଶ କରିଥିଲେ। ”ଫୁଟ୍ବଲ ଜଗତ ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କ ନେତୃତ୍ୱରେ ଲିସେଷ୍ଟର ସିଟି ଏକ ପରିବାର ଭଳି ଥିଲା। ତାଙ୍କ ବିୟୋଗରେ ଆମେ ଦୁଃଖିତ ଏବଂ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ ଉଦ୍ୟମ କରିବୁ“ ବୋଲି କୁହାଯାଇଛି। ଷ୍ଟାଡିୟମ୍ରେ ମଙ୍ଗଳବାର ଶୋକ ସଭା ଆୟୋଜନ କରାଯିବ। ଏହି କାରଣରୁ ଚଳିତ ପ୍ରିମିୟର ଲିଗ୍ର କ୍ଲବର ଆଗାମୀ ମ୍ୟାଚ୍ ସ୍ଥଗିତ କରିଦିଆଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଲିସେଷ୍ଟର ସିଟି ତା’ର ପରବର୍ତ୍ତୀ ମ୍ୟାଚ୍ରେ ସାଉଥମ୍ପଟନ କ୍ଲବକୁ ଭେଟିଥାନ୍ତା। ଘଟଣାରେ ମୃତ୍ୟୁ ବରଣ କରିଥିବା ଅନ୍ୟମାନେ ହେଲେ ନୁରସାରା ସୁକନାମାଇ ଓ କାଭେପର୍ନ ପୁନପାରେଙ୍କ ସହ ଭିଚାଇଙ୍କ ଷ୍ଟାଫ ପାଇଲଟ ଇରିକ ସ୍ବାଫର ଓ ପାସେଞ୍ଜର ଇଜାବଲା ରୋଜା ଲେକୋଓ୍ବିଜ।
ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଲିସେଷ୍ଟର ସିଟି ମାଲିକ
Leave a Comment
Leave a Comment
- Advertisement -
Stay Connected
Comment
- DavionAbusy on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- ElijahFrown on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- WillieLox on Architecture beach blue chairs
- KalSef on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- chicken-road_skSn on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
