ଅନୁଗୁଳ: ଦେଶ ସ୍ୱାଧିନତାକୁ ୭୦ ବର୍ଷ ଅତିକ୍ରାନ୍ତ । ଏହି ସମୟ ମଧ୍ୟରେ ନେତା ରାଜନେତା ପରିବର୍ତ୍ତନ ଜୁଆର ଉଠିବା ସହ ମିଥ୍ୟ ପ୍ରତିଶ୍ରୁତିର ସୀମା ଲଙ୍ଘିଛି । ମୌଳିକ ବିକାଶର କଥାକୁ ଏଠି ପଚାରେ କିଏ ? ସାମାନ୍ୟ ସାମାଜିକ ଅଧିକାର ତଥା ରାସ୍ତା ପାଇଁ ଗୁହାରୀ କଲେ ମଧ୍ୟ ଶୁଣୁନି ସରକାର । ଅନୁଗୁଳ ଜିଲ୍ଲା ସିଟିକୋଇଲି ଓ ବେତାର ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦାରୁଣ ଚିତ୍ର । ବର୍ଷ ବର୍ଷ ଧରି ରାସ୍ତାଟିଏ ପାଇଁ ଅଂଚଳବାସୀ ସରପଂଚ ଠାରୁ ଆରମ୍ଭ କରି ବିଡ଼ିଓ ଓ ସ୍ଥାନୀୟ ବଧାୟକଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ ମିଳୁଛି ଖାଲି ପ୍ରତିଶ୍ରୁତି । ଏପରିକି ଜିଲ୍ଲାପାଳ ନିକଟରେ ବହୁବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେଇ ଏକା ଢଙ୍ଗରେ ପ୍ରତିଶ୍ରୁତି ମିଳିଥିଲା । ଯାହାକୁ ନେଇ ଅଂଚଳବାସୀ ପ୍ରଶାସନ ବିରୋଧ ମେଳିବାନ୍ଧି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ସହ ଧାରଣାରେ ବସିଛନ୍ତି । ଏହାସହ ପଟୁଆରରେ ସହର ପରିଭ୍ରମଣ କରିବାସହ ପ୍ରଶାସନ ବିରୋଧି ସ୍ଲେଗାନ ଦେଖିବାକୁ ମିଳିଥିଲା ।
ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Rodneynom on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Grahambep on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- JabariThync on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- BuddyTap on ୪୦ ଡିଗ୍ରି ଉପରେ ୯ ସହର
- BurtonBob on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
