(ଡି.ଏନ୍.ଏ.)-କଟକରେ ମଙ୍ଗଳବାର ଆରମ୍ଭ ହୋଇଥିବା ଜାତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ଭାଗନେଉଥିବା ଓଡିଶା ଦଳରେ ଆଳିର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦେମାଳ ପଞ୍ଚାୟତ ମୂଳସାହି ଗ୍ରାମର ବଟକୃଷ୍ଣ ସାମଲଙ୍କ ଝିଅ ଟିକିନା ସାମଲ, ନିଆଳ ପଞ୍ଚାୟତ ତେଲିପାଟଣା ଗ୍ରାମର କାଶୀନାଥ ମଲିକଙ୍କ ଝିଅ ଜ୍ୟୋତ୍ସ୍ନା ମଲିକ ଓ ମେଣ୍ଢପୁର ପଞ୍ଚାୟତ କଂଟିପୁର ଗ୍ରାମର ରମେଶ ସାହୁଙ୍କ ଝିଅ ସିନୁଲତା ସାହୁ। ଏହି ଖେଳାଳିମାନଙ୍କ ବ୍ୟତୀତ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଗାୟତ୍ରୀ ମଲିକ ମଧ୍ୟ ଆଳି ନିର୍ବାଚନମଣ୍ଡଳୀ ରାଜକନିକା ବ୍ଲକର। ଓଡିଶା ଦଳରେ ସ୍ଥାନ ପାଇଥିବା ଏହି ୩ଜଣ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ଆଳି ଆଥଲେଟିକ୍ ଆସୋସିଏଶନର ସମ୍ପାଦକ ବିଜୟାନନ୍ଦ ସେନାପତି, କ୍ରୀଡ଼ାବିତ୍ କୃଷ୍ଣଚନ୍ଦ୍ର ପଣ୍ଡା, ସାମାଜିକ କର୍ମୀ ଚିରଞ୍ଜୀବୀ ଦାସ, ଅରଗଳ ନୃସିହଜୀଉ ଏଡିଏମ୍ ନୋଡାଲ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ତଥା ଫୁଟବଲ କୋଚ୍ ସୁଶାନ୍ତ କୁମାର ମଲିକ ଅଭିନନ୍ଦନ ଜଣାଇଛନ୍ତି। ଆଳି ମହିଳା ଫୁଟବଲର ଅନ୍ତୁଡ଼ିଶାଳ ଭାବେ ପରିଚିତ। ସ୍ଥାନୀୟ ହାଇସ୍କୁଲ ମିନି ଷ୍ଟାଡିୟମରେ ଆଳି ଓ ରାଜକନିକା ବ୍ଲକର ଅନେକ ମହିଳା ଫୁଟବଲ ଖେଳାଳି ସେମାନଙ୍କ କ୍ୟାରିୟର ଆରମ୍ଭ କରି ଭାରତୀୟ ଦଳରେ ପ୍ରତିନିଧିତ୍ୱ କରି ସାରିଛନ୍ତି। ଏବେ ମଧ୍ୟ ବହୁ ଖେଳାଳି କୋଚ୍ ସୁଶାନ୍ତ କୁମାର ମଲିକଙ୍କ ତତ୍ତ୍ୱାବଧାନରେ ସେମାନଙ୍କ ଅଭ୍ୟାସ ଚଳାଇଛନ୍ତି। ପଦନପୁର ଗ୍ରାମର ପ୍ରମିଳା ବେହେରା ନାମ୍ନୀ ଜଣେ ମହିଳା ଫୁଟବଲ ଖେଳାଳି ନିକଟରେ ଓଡ଼ିଶା ପୋଲିସରେ ଚାକିରି ପାଇଛନ୍ତି।
ଜାତୀୟ ମହିଳା ଫୁଟବଲ, ଓଡ଼ିଶା ଦଳରେ ଆଳିରୁ ୩
- Advertisement -

пожаротушение пожарная сигнализация установка пожарной сигнализации систем безопасности
коммутатор для ip камер ip камера видеонаблюдения hd
Полная версия статьи: https://nakrutka-pf-factorov.ru
сериалы онлайн в качестве сериал сверхъестественное лучше смотреть
магазин дизайнерских люстр настенный светильник в стиле лофт
свадьба под ключ недорого свадьба под ключ
лента стальная упаковочная мягкая лента стальная упаковочная оцинкованная