ଭୁବନେଶ୍ୱର, ୨୯।୧୧(ବ୍ୟୁରୋ)- ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ(ଏନ୍ଆଇଓଏସ୍) ଦ୍ୱାରା ପରିଚାଳିତ ୧୦ମ ଏବଂ ଏକାଦଶ ପରୀକ୍ଷାରେ ଅନିୟମିତତା ନେଇ ସିବିଆଇ ବୁଧବାର ୬ ରାଜ୍ୟରେ ଚଢ଼ାଉ କରିଛି। ଓଡ଼ିଶାର ଭୁବନେଶ୍ୱର, ଗଞ୍ଜାମ ସମେତ ମଧ୍ୟପ୍ରଦେଶର ଭୋପାଳ, ସିହୋର, ରତଲମ, ଉମାରିଆ, ନୂଆଦିଲ୍ଲୀର ଫତେହାବାଦ, ଫରିଦାବାଦ, ହରିୟାଣା, ଆସାମର ଗୌହାଟୀ, କାମରୁପ ଏବଂ ସିକ୍କିମର ଗ୍ୟାଙ୍ଗଟକରେ ଥିବା ଏନ୍ଆଇଓଏସ୍ ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବିଭିନ୍ନ କାର୍ଯ୍ୟାଳୟରୁ ସିବିଆଇ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ସେଗୁଡ଼ିକ ମଧ୍ୟରେ କେତେକ ହାର୍ଡ ଡିସ୍କ, ପେନ୍ ଡ୍ରାଇଭ ସମେତ ମୋବାଇଲ ଫୋନ, ଆଡ୍ମିଟ୍ କାର୍ଡ, ଡାଏରୀ, ପାସବୁକ, ମାର୍କଶିଟ ଭଳି ୨୦୦ଟି ଜିନିଷ ରହିଛି। ସୂଚନା ମୁଚତାବକ, ଏନଆଇଓଏସ ଦ୍ୱାରା ପରିଚାଳିତ ପରୀକ୍ଷାରେ କର୍ତ୍ତୃପକ୍ଷ କପି ଦେଇ ୧୮୦୦ ପିଲାଙ୍କୁ ବେଆଇନ ଭାବେ ପାସ କରାଇଥିବା ନେଇ ନୂଆଦିଲ୍ଲୀ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ ଅଭିଯୋଗ ହୋଇଥିଲା। ଏହାପରେ ସିବିଆଇ ପକ୍ଷରୁ ଗତ ଜୁଲାଇ ୨୩ରେ ଦଫା ୧୨୦-ବି, ୪୬୭, ୪୬୮, ୪୭୧ ଏବଂ ୧୩(୨)ଆର/ଡବ୍ଲ୍ୟୁ(୧)(ଡି)ଆକ୍ଟରେ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।
ଏନଆଇଓଏସ ପରିଚାଳିତ ପରୀକ୍ଷାରେ ଅନିୟମିତତା: ଭୁବନେଶ୍ୱର, ଗଞ୍ଜାମ ସମେତ ୨୬ ସ୍ଥାନରେ ସିବିଆଇ ଚଢାଉ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_kuet on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- mostbet_fqma on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- pinup_vdPl on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- mostbet_bxet on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- mostbet_pema on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
