ଖୋର୍ଦ୍ଧା : ଖୋର୍ଦ୍ଧାର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କୁ ରବିବାର ସନ୍ଧ୍ୟାରେ ଗୁଳିମାଡ଼ ଘଟଣାରେ ଏଯାଏ ଅଭିଯୁକ୍ତଙ୍କ ଟେର୍ ପାଇପାରିନି ପୁଲିସ୍। ହେଲେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର୍ ନିୟୋଜିତ ଥିବା ନେଇ ପୁଲିସ୍ ପାଇଛି ଠୋସ୍ ପ୍ରମାଣ । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍ପି। .ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ପୁଲିସ ତନ୍ନ ତନ୍ନ କରି ସିସିଟିଭି ଯାଞ୍ଚ କରୁଛି। ଏଥିସହ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଭୁବନେଶ୍ୱରରେ ଡାକ୍ତରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ଅନ୍ୟ ଟିମ୍ ନୟାଗଡ଼ ଓ ରଣପୁର ଜେଲ୍ ଯାଇ ପେଷାଦାର ଅପରାଧୀଙ୍କ ରେକର୍ଡ ଯାଞ୍ଚ କରୁଛି। ଆଉ ଗୋଟିଏ ଟିମ୍ ବ୍ରହ୍ମପୁରରେ ସୁପାରି କିଲଙ୍କ ସଂପର୍କରେ ତଥ୍ୟ ନେଉଥିବା ବେଳେ ଖୋର୍ଦ୍ଧାରେ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ସୁରାଗ୍ ଖୋଜୁଛି।ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ହୋଇଥିବା ଏହି ଗୁଳି କାଣ୍ଡରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିରେ ଗୁରୁତର ହୋଇଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇ ସାରିଛି।
ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର୍!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ErnestLab on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- ErnestLab on ଆଜିର ରାଶିଫଳ
- JamesCax on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- RandallLam on ଦେବକି କୋଳରେ ଜନ୍ମ ନେଲେ କହ୍ନେଇ,କାଲିଠୁ କରିବେ ଲୀଳା !
- on68.jp.net on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
