ଜଗତସିଂହପୁର:(ତାପସ ରଞ୍ଜନ ସାହୁଙ୍କ ରିପୋର୍ଟ) ପୁଣି ମହିଳାଙ୍କୁ ତତାଇଲା ସରକାରୀ ମଦ ନୀତି । ସମଗ୍ର ରାଜ୍ୟରେ ଦିନକୁ ଦିନ ସରକାର ଟିକସ ଆଳରେ ମଦର ବ୍ୟାପକ ପ୍ରସାର କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ସରକାର ବିରୋଧି ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ପଂଚାୟତରେ ଆଜି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପଂଚାୟତକୁ ନିଶାମୁକ୍ତ କରିବା ପାଇଁ ଶତାଧିକ ମହିଳା ନିଶା ନିବାରଣ ଅଭିଯାନରେ ଏକ ହୋଇଥିଲେ । ଚମ୍ପାହାଟ ପଡ଼ିଆରେ ଏକ ହୋଇ ପଂଚାୟତର ବିଭିନ୍ନ ଗାଁ ବୁଲି ପଦଯାତ୍ରା ମାଧ୍ୟମ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳାମାନେ ସରକାରଙ୍କ ଟିକସ ଆଳରେ ମଦର ପ୍ରୀତିକୁ ସମାଲୋଚନା କରିଥିଲେ । ବିଭିନ୍ନ ସରକାର ବିରୋଧି ସ୍ଲୋଗାନ ଦେଇ ଜନଗଣଙ୍କୁ ସଚେତନତାର ବର୍ତ୍ତା ବାଣ୍ଟି ଥିଲୋ ।ଯେଉଁ ସମୟରେ ସାଧାରଣ ଜନତା ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ସେତିକି ବେଳେ ସରକାରଙ୍କ ମଦର ବନ୍ୟା କାହା ସ୍ୱାର୍ଥରେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ଯଦି ସରକାର ନିଶା ନିବାରଣ ଆଇନ ପ୍ରଣୟନ ନକରନ୍ତି ତେବେ ପଂଚାୟତର ମହିଳାମାନେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ।
ଏରସମାରେ ମହିଳାଙ୍କୁ ତତାଇଲା ସରକାରୀ ମଦ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_cxOr on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା
- mostbet_uwmi on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- aviator_cpKt on Live Tv
- mostbet_cnmi on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- 1win_rmkn on ଧଳା ଜହର ମାୟାରେ ଟ୍ୱିନ୍ ସିଟି
