ଭୁବନେଶ୍ୱର : ସରକାରଙ୍କ ମଦର ପ୍ରସାର ନୀତି ବିରୋଧରେ ରାଜଧାନୀର ରାଜରାସ୍ତା ଘେରିଲା ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଘ । ଏହାକୁ ନେଇ ସଂଘର ଶତାଧିକ କର୍ମକର୍ତାମାନେ ଆଜି ବାଣିବିହାର ଓଭର ବ୍ରିଜରେ ରାସ୍ତାରୋକ କରିଥିଲେ । ଏହି ସମୟରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସର୍ବଶେଷରେ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରି ରାସ୍ତାକୁ ସ୍ୱାଭାବିକ କରିଥିଲା । ଏହି ଆନ୍ଦୋଳନ ସମାବେଶରେ ନେତୃତ୍ୱମାନେ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ । ଏପରି ରାଜ୍ୟ ସରକାର ଟିକସ ଆଳରେ ନିଶାର ପ୍ରଶାରକୁ ନିନ୍ଦା କରିବା ସହ ସରକାରଙ୍କ ଏହି ନୀତିକୁ ମାୟା ରାବଣର ସୁନା ହରିଣ କହି ସମାଲେଚନା କରିଛନ୍ତି । ଏହାସହ ନବୀନଙ୍କ ଅମଳରେ ରାଜ୍ୟରେ ଅକାଳରେ ଲକ୍ଷ ଲକ୍ଷ ମହିଳା ବିଧବା ହୋଇଯାଉଥିବାରୁ ସରକାରଙ୍କୁ ଜବାବ ମାଗିଛନ୍ତି । ଯାଦି ସରକାର ତୁତନ୍ତ ଏହି ନିତୀକୁ ରାଜ୍ୟରୁ ନହଟାନ୍ତି ତେବେ ଅଗାମୀ ନିର୍ବାଚନରେ ଏହାର ଫଳ ଫଳିବା ନେଇ ଚେତାବନୀ ଦେଇଛନ୍ତି ।
ସରକାରଙ୍କ ମଦର ପ୍ରସାର ନୀତି; ମାୟା ରାବଣର ସୁନା ହରିଣ କହି ନବୀନଙ୍କୁ ସମାଲୋଚନା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- MichaelBoich on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- Jimmy Frank on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Timothyjaw on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- top sportsbook sites on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Davidmeafe on ଆଜିର ରାଶିଫଳ
