କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସିଂହବିଲା ନିକଟରେ ଅଘଟଣ । ତେବେ ବିଷାକ୍ତ ଫଳ ଖାଇ ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି । ସୂଚନା ମୁତାବକ, ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସିବା ପୂର୍ବରୁ ରାସ୍ତାରେ ବିଷାକ୍ତ ଫଳ ଖାଇ ସ୍କୁଲକୁ ଆସିଥିଲେ। ଫଳରେ ପାଠପଢା ସମୟରେ କିଛି ଛାତ୍ର ବାନ୍ତି କରିଥିଲେ । ଏହାପରେ ଗୁରୁତର ହୋଇପଡିଥିଲେ । ତେବେ ସେମାନଙ୍କୁ ତୁରନ୍ତ ଅସୁସ୍ଥ ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ସହ ସ୍କୁଲର ପ୍ରଧାନଶିକ୍ଷକ ସିଆରସିସିଙ୍କୁ ଖବର ଦେଇଥିଲେ ।ସେପଟେ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।
ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ, ୨ ଜଣ ଗୁରୁତର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Williamjoria on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- Vivod iz zapoya na domy_wrkt on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Williamjoria on ବସ୍ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ
- Williamjoria on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- Dillonsef on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
