ରାଜ୍ୟରେ ଆଜି ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯୫୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୮ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୪୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନଗୋଳରୁ ୩,ବାଲେଶ୍ୱରରୁ ୯, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗୀର ୧୨, କଚକରୁ ୫୫, ଦେଓଗଡରୁ ୪, ଢେଙ୍କାନାଳରୁ ୪, ଗଜପତିରୁ ୩୦, ଗଞ୍ଜାମରୁ ୩୨୦, ଜଗତସିଂପୁର ୫, ୟାଜପୁରରୁ ୮୬, କନ୍ଧମାଳରୁ ୨, କେନ୍ଦ୍ରାପଡା ୩୨, ଖୋର୍ଧାରୁ ୫୯, କୋରାପୁଟରୁ ୫, ମାଲଗାନଗିରିରୁ ୧୮, ମୟୂରବଞ୍ଜ ୧୨, ନୟାଗଡରୁ ୧୬, ପୁରୀରୁ ୧୧ ଓ ସମ୍ବଲପୁରରୁ ୨ ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୯୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୪୭୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେସୁଦ୍ଧା ରାଜ୍ୟରେ ୩୨୧୪୪୩ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Share This Article