ଚାକିରିରୁ ବିଦା ହେଲେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝୀ

Odisha Hot News
1 Min Read

ରାଉରକେଲା: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି । ପୂର୍ବରୁ ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ନିଲମ୍ବନ କରିଥିଲେ ପୋଲିସ ଡିିଜି।

ସୂଚନା ଥାଉକି, ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ବାରମ୍ବାର ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ କରାଯାଇଥିଲା।ଏହି ଲୋମହର୍ଷକ ଘଟଣାରେ ବୀରମିତ୍ରପୁର ଥାନାଧିକାରୀଙ୍କ ସମେତ ୬ଜଣଙ୍କ ନାଁରେ ରାଏବଗା ଥାନାରେ ମାମଲା ରୁଜୁ ହୋଇଥିଲା। ଥାନା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି। ଏହି ମାମଲାରେ ସୁନ୍ଦରଗଡ଼ ସିଡବ୍‌ଲ୍ୟୁସିର ମଧ୍ୟ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ | ଆଉ ପ୍ରଥମେ ନିଲମ୍ବନ ପରେ ଆଜି ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି |

Share This Article