ରଥାଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପଳଙ୍କ ମଧ୍ୟରେ ବସିଛି ବୈଠକ

Odisha Hot News
1 Min Read

ପୁରୀ : ରଥ ଉପରେ ମହାବାହୁଙ୍କୁ ଦେଖିବାକୁ ସମସ୍ତେ ବ୍ୟଗ୍ର । ଆଉ ଏତିକି ବେଳେ ପୁରୀରେ ଆରମ୍ଭ ହେଲା ରୁଦ୍ଧ ଦ୍ୱାର ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପଳଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଛି । ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ସାମିଲ ଅଛନ୍ତି । ଏପଟେ ପୁରୀ ବଡଦାଣ୍ଡରୁ ଉଠାଦୋକାନୀଙ୍କୁ ହଟାଯାଉଛି । ଅପରାହ୍ନ ୪ଟା ସୁଦ୍ଧା ଉଠିବ ଦୋକାନ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସବୁ ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ଦେଲେ ପୁରୀ ମ୍ୟୁନିସିପାଲଟି ।

ପୁରୀ ରଥଯାତ୍ରା ମାମଲାର ଶୁଶାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ.ବୋବଡେ କରିବେ। ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯେଉଁ ସମସ୍ତ ରିଭ୍ୟୁ ପିଟିସନ ଆଗତ ହୋଇଥିଲା ତାହାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ବାଧୀନ ଏକ ତିନି ଜଣିଆ ଖଣ୍ଡପୀଠ କରିବେ । ଏହି ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ନିଜର ଅନୁମତି ଦେଇ ସାରିଥିବା ବେଳେ, ଆଉ କିଛି ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।

ଜାଣିବାକୁ ମିଳିଛି  ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ବର୍ତ୍ତମାନ କୋର୍ଟର ଅବସର ଥିବାରୁ ନାଗପୁରରେ ଅବସ୍ଥାନ କରୁଛନ୍ତି । ଆଉ କିଛି ସମୟ ମଧ୍ୟରେ ସେ ତାଙ୍କ ନାଗପୁରସ୍ଥିତ ବାସଭବନରେ ଥାଇ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ସହିତ ଏହି ମାମଲାର ଶୁଣାଣି କରିବେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଦୀନେଶ ମାହେଶ୍ବରୀ।

Share This Article