ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର

Odisha Hot News
1 Min Read

ଭୁବନେଶ୍ୱର: ଶିକ୍ଷା ବର୍ଷ ୨୦୧୯-୨୦ରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବାକି ଥିବା ପରୀକ୍ଷା ବାତିଲ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ବାକି ଥିବା ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ହେବ ନାହିଁ। ୟୁଜିସି ପ୍ରସ୍ତାବ ଅନୁସାରେ ବିକଳ୍ପ ମୂଲ୍ୟାୟନ ହେବ। ଏହି ବିକଳ୍ପ ମୂଲ୍ୟାୟନ ଜରିଆରେ ଫଳାଫଳ ପ୍ରକାଶ ପାଇବ।

ଉଚ୍ଚସ୍ତରୀୟ ବୈଠକରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୟୁଜି ଓ ପିଜି ଫଳାଫଳ ପ୍ରକାଶ ଯିବା ପାଇଁ ନିଷ୍ପତ୍ତି ହୋଇଛି। ନିର୍ଦ୍ଧାରିତ ବିକଳ୍ପ ମୂଲ୍ୟାୟନ ଜରିଆରେ ଇଣ୍ଟରନାଲ ମାର୍କ ମିଳିବ। ଛାତ୍ରଛାତ୍ରୀଙ୍କୁ ହାରାହାରି ନମ୍ବର ଅନୁଯାୟୀ ଅବଶିଷ୍ଟ ନମ୍ବର ମିଳିବ। ବିକଳ୍ପ ମୂଲ୍ୟାୟନରୁ ଅଧିକ ମାର୍କ ଆଶା ଥିଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ଅଧିକ ନମ୍ବର ଆଶାୟୀ ଆସନ୍ତା ନଭେମ୍ବରରେ ପରୀକ୍ଷା ଦେବେ। ଡିସେମ୍ବର ମାସରେ ପରବର୍ତ୍ତୀ ପରୀକ୍ଷା ହେବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଯେଉଁ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ସରିଛି, ନୂଆ ନିୟମ ଲାଗୁ ହେବ ନାହିଁ। ମେଡିକାଲ ପାଠ୍ୟକ୍ରମ ବ୍ୟତିତ ସମସ୍ତ ପାଠ୍ୟକ୍ରମରେ ନିଷ୍ପତ୍ତି ଲାଗୁ ହେବ। ମେଡିକାଲ ପାଠ୍ୟକ୍ରମ ପରୀକ୍ଷା ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କର ଗୋଟିଏ ବା ୨ଟି ବିଷୟରେ ବ୍ୟାକ୍‌ ଥିଲେ ପରୀକ୍ଷା ବାତିଲ ହେବ। କୋଭିଡ ସ୍ଥିତିକୁ ଦେଖି ସଂପୃକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବେ। ଡିସେମ୍ବର ମାସରେ ପରିବର୍ତ୍ତିତ ଫଳ ପ୍ରକାଶ ପାଇବ।

Share This Article