ଭୁବନେଶ୍ୱରରୁ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ

Odisha Hot News
1 Min Read

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୬ ଲୋକାଲ କେସ୍‌ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ହୋମ୍‌ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ପାତ୍ରପଡ଼ାର ଜଣେ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ଜଣ, ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ରହିଛନ୍ତି। ଏହାଛଡ଼ା ଟଙ୍କପାଣି ରୋଡର ଜଣେ, ଚିନ୍ତାମଣିସ୍ବର ଅଞ୍ଚଳର, ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ରହିଛନ୍ତି। ଏମାନେ ଦିଲ୍ଲୀ, ଝାରଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଫେରିଛନ୍ତି।

ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ଡୁମ୍‌ଡୁମା, ସାଲିଆ ସାହି, ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏ ଲୋକାଲ କେସ୍‌ ରହିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। ମୋଟ ସଂଖ୍ୟାରୁ ୫୧ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଆକ୍ଟିଭ୍‌ କେସ୍‌ ରହିଥିବା ସୂଚନା ମିଳିଛି

Share This Article