ଅମ୍ଫାନ୍ କ୍ଷୟକ୍ଷତି ସମୀକ୍ଷା ପରେ ଓଡିଶାକୁ ଅଗ୍ରୀମ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୋଦି

Odisha Hot News
1 Min Read

ଓଡିଶା : ଓଡିଶାର ଅମ୍ଫାନ୍ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗ୍ରୀମ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।  ଅଜି ବାତ୍ୟା ପ୍ରଭାବିତ ଅଞ୍ଚଳ  ଫେରି ସାରିବା  ପରେ ବିମାନ ବନ୍ଦର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ  କରିଥିଲେ ପ୍ରଧାନମନ୍ତ୍ରୀ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପରେ ରାଜ୍ୟକୁ  ଅଗ୍ରୀମ ଆକାରରେ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ। ଆଗାମୀ ଦିନରେ କେନ୍ଦ୍ରୀୟ ଟିମ୍ ଆସି କ୍ଷୟକ୍ଷତିର ଆକାଳନ କରିବା ପରେ ଅବଶିଷ୍ଟ  ସହ୍ରାତା ରାଶି ଓଡିଶାକୁ ଦିଆଯିବ ବୋଲି ମୋଦି କହିଛନ୍ତି।

ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏଭଳି ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପୂରା ଟିମ୍‌କୁ ବହୁତ ଧନ୍ୟବାଦ। ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ସମୀକ୍ଷା ବୈଠକରେ ଏପରି କହିଛନ୍ତି ମୋଦି। ବୈଠକରେ ମୋଦି କହିଛନ୍ତି, ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ବେଶି କ୍ଷତି ହୋଇ ନାହିଁ। ଓଡ଼ିଶାରେ ହୋଇଥିବା କ୍ଷତି ବିଷୟରେ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ସମୀକ୍ଷା କରି କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବେ।

Share This Article