ଭୁବନେଶ୍ୱର : ରାଜ୍ୟ ପାଇଁ ଭଲ ଖବର । ପୁଣି ୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୪୦ ଜଣ ଗଞ୍ଜାମର , ୫ଜଣ ଜଗତସିଂହପୁରର, ୪ଜଣ ମୟୁରଭଞ୍ଜର, ୩ଜଣ ଭୁବନେଶ୍ୱରର, ୨ଜଣ ବଲାଙ୍ଗୀରର, ବାଲେଶ୍ୱର , ସୁନ୍ଦରଗଡ଼ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ହୋଇଥିବା ବେଳେ ଯାଜପୁରରୁ ୩ ଓ ୨ଜଣ ବାଲେଶ୍ୱରର ରହିଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
Another 57 Covid patients have recovered and are being discharged.
40 are from Ganjam
5 are from Jagatsinghpur
4 are from Mayurbhanj
3 are from Bhubaneswar
2 are from Bolangir
1 each from Sundergarh, Balasore and Kendrapara.
— H & FW Dept Odisha (@HFWOdisha) May 18, 2020
Comment