ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

Odisha Hot News
1 Min Read

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଭାଙ୍ଗିପଡିଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଚତୁର୍ଥ ଥର ପାଇଁ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି। ପ୍ରଥମେ ସେ କୋଇଲା, ଖଣି ଓ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। କୋଇଲା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଲାଗି ୫୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଖଣି କ୍ଷେତ୍ରରେ ଲିଜ ହସ୍ତାନ୍ତରକୁ ଅନୁମତି ଦିଆଯିବ ଓ ବଳକା ଖଣିଜ ପଦାର୍ଥକୁ ବିକ୍ରି କରିବାକୁ ଅନୁମତି ଦିଆଯିବ। ଏହାସହ ପ୍ରାୟ ୫୦୦ଟି ଖଣି ନିଲାମ ପାଇଁ ରଖାଯିବ। ଅନ୍ୟପକ୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ନିବେଶକୁ ପ୍ରୋତ୍ସାହିତ କରିବାକୁ ବିଦେଶୀ ପୁଞ୍ଜି ନିବେଶ ସୀମାକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯିବ। ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ ମଧ୍ୟ ଉଦ୍ୟମ କରାଯିବ। ଆହୁରି ୬ଟି ବିମାନ ବନ୍ଦରକୁ ନିଲାମ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏୟାର ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଏହା କରିବ। ଏହା ୨ ମାସ ମଧ୍ୟରେ କରାଯିବା ସହ ଏଥିରୁ ୧ ହଜାର କୋଟି ଟଙ୍କା ଲାଭ ମିଳିବ। ଏହାଦ୍ୱାର ଇନ୍ଧନ ବଞ୍ଚିବା ସହ ପରିବେଶ ପ୍ରଦୂଷଣ ମଧ୍ୟ କମ୍‌ ହେବ।

Share This Article