୨୭ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ

Odisha Hot News
1 Min Read

ପାରାଦୀପ: ମଝି ସମୁଦ୍ରରେ ଖରାପ ହେଲା ଜାହଜ ପଙ୍ଖା। ୨୭ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ। ସୂଚନା ଅନୁଯାୟୀ, ପାରାଦୀପ ବନ୍ଦରଠାରୁ ପ୍ରାୟ ୫୦ ନଟିକାଲ୍ ମାଇଲ୍ ଦୂରରେ, ୨୭ ଜଣ କର୍ମଚାରୀଙ୍କୁ ନେଇ ଯାତ୍ରା କରୁଥିବା ‘ଏମ୍‌ଭି ବିଶ୍ୱ ଉଦୟ’ ନାମକ ଏକ ଜାହାଜର ଫଙ୍ଖା ଖରାପ ହୋଇଯାଇଥିଲା। ଫଳରେ ଉକ୍ତ କର୍ମଚାରୀମାନେ ବିପଦରେ ପଡ଼ିଯାଇଥିଲେ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
‘ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (SCI) ଲିମିଟେଡ୍’ ଠାରୁ ଏକ ଜରୁରୀକାଳୀନ ସୂଚନା ମିଳିବା ପରେ କର୍ମଚାରୀଙ୍କୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ, ୧୯°୪୭’ ଉତ୍ତର ଅକ୍ଷାଂଶ ଓ ୦୮୭°୨୨’ ପୂର୍ବ ଦ୍ରାଘିମା ସ୍ଥାନରେ ଜାହାଜଟି ଭିତରକୁ ପାଣି ପଶୁଥିବା ଏବଂ ଏହାର ‘ପ୍ରୋପେଲର୍ ସାଫ୍ଟ’ (propeller shaft) ଅଚଳ ହୋଇଯାଇଥିବା ଜଣାପଡ଼ିଥିଲା।

କ୍ୟାପଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ଅଭିଯାନକୁ ସଫଳ ରୂପ ଦିଆଯାଇଥିଲା

ହାର୍ବର ମାଷ୍ଟର କ୍ୟାପଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ନେତୃତ୍ୱରେ ଏହି ଅଭିଯାନକୁ ସଫଳ ରୂପ ଦିଆଯାଇଥିଲା। ଏହି ଅଭିଯାନରେ ‘ଡଲଫିନ୍ ୨୫’ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ‘ଡଲଫିନ୍ ୨୦’ ଆବଶ୍ୟକୀୟ ସହଯୋଗ ଯୋଗାଇଥିଲା। ଉତ୍ତମ ସମନ୍ୱୟ ଏବଂ ବୃତ୍ତିଗତ ଦକ୍ଷତା ବଳରେ, ଉଦ୍ଧାରକାରୀ ଦଳ ‘ଏମ୍‌ଭି ବିଶ୍ୱ ଉଦୟ’କୁ ସୁରକ୍ଷିତ ଭାବେ ଟାଣି ଆଣି ଆଜି ସକାଳେ ବନ୍ଦର ସୀମା ବାହାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

Share This Article