ଓଡ଼ିଆ ଅଭିନେତ୍ରୀଙ୍କ ତେଲଗୁ ସିନେମା ” ବିଉଟି”

Odisha Hot News
1 Min Read

ଭୁବନେଶ୍ୱର :ଓଡ଼ିଆ ଝିଅ ନିଳାକ୍ଷୀ ପାତ୍ର ନଜର ଆସିଛନ୍ତି ତେଲୁଗୁ ଫିଲ୍ମ ‘ବିଉଟି’ରେ । ରାୟଗଡ଼ାରେ ଜନ୍ମିତ ନିଳାକ୍ଷୀ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଲାଗି ଏବେ ଅନେକ ଦର୍ଶକୀୟ ପ୍ରଶଂସା ସାଉଁଣ୍ଟୁଛନ୍ତି ।ଜେଏସ୍‌ଏସ୍‌ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏ ରୋମାଣ୍ଟିକ ଡ୍ରାମାଟି ସେପ୍ଟେମ୍ବର ୧୯ରେ ରିଲିଜ୍‌ ହୋଇଥିଲା । ସେଥିରେ ନିଳାକ୍ଷୀଙ୍କ ସହ ଯୋଡ଼ି ବାନ୍ଧିଛନ୍ତି ଅଙ୍କିତ କୋୟା । ଭିକେ ନରେଶ, ବାସୁକୀ ଆନନ୍ଦ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଫିଲ୍ମର କାହାଣୀ କଲେଜ ଛାତ୍ରୀ ଅଲେଖ୍ୟା ଓ ପୋଷାକୁକୁରଙ୍କ ପ୍ରଶିକ୍ଷକ ଅର୍ଜ୍ଜୁନଙ୍କର ପ୍ରେମ ଉପରେ ଆଧାରିତ । ଅଲେଖ୍ୟା ଘରୁ ନିଖୋଜ ହୋଇଯିବା ପରେ ପରିବାର ଲୋକେ ଅତି ଆକଳୁତାର ସହ ତାଙ୍କ ସନ୍ଧାନରେ ଲାଗିଯାନ୍ତି । ପିତା ନାରାୟଣଙ୍କର ଦୁନିଆ ଯେପରି ଓଲଟପାଲଟ ହୋଇଯାଏ । ଏହା ଏକ ପ୍ରେମକାହାଣୀ ହୋଇଥିଲେ ମଧ୍ୟ ଏଥିରେ ପିତାପୁତ୍ରୀଙ୍କ ସଂପର୍କକୁ ଖୁବ୍‌ ଅଧିକ ଗୁରୁତ୍ୱ ଦିଆଯାଇଛି ଯାହାକି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ବୋଲି ସମୀକ୍ଷକଙ୍କ ମତ ।

ସୂଚନା ଥାଉକି, ପୂର୍ବରୁ ନିଳାକ୍ଷୀ କିଛି ପ୍ରସିଦ୍ଧ ଓଡ଼ିଆ ମ୍ୟୁଜିକ ଭିଡିଓ, ଧାରାବାହିକରେ କାମ କରିସାରିଛନ୍ତି । ଏକ ଓଡ଼ିଆ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।

Share This Article