ଅଭିନେତ୍ରୀ ପ୍ରିୟା ମହାପାତ୍ରଙ୍କ ପଡିଲା ହାତଗଣ୍ଠି

Odisha Hot News
1 Min Read

ଭୁବନେଶ୍ଵର: ଅନେକ ଧାରାବାହିକ ତଥା ଚଳଚ୍ଚିତ୍ରରେ ଜଣେ ନାୟିକା ସହିତ ମୁଖ୍ୟତଃ ଖଳନାୟିକା ଚରିତ୍ରରେ ଅଭିନୟ କରି ଢେର ପ୍ରଶଂସା ସାଉଣ୍ଟିଥିବା ଅଭିନେତ୍ରୀ ପ୍ରିୟା ମହାପାତ୍ରଙ୍କର ପଡିଛି ହାତଗଣ୍ଠି। ଦୀର୍ଘ ବର୍ଷ ପୂର୍ବେ ଦୂରଦର୍ଶନରେ ପ୍ରସାରିତ ହୋଇଥିବା ଭାଉଜ ଏବଂ କଳିଯୁଗ ଧାରାବାହିକରେ ପ୍ରଥମେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ।

ମୁଠାଏ ସପନ, ଅପା, ତୁଳସୀ (ଇଟିଭି), ସିନ୍ଦୁର ବିନ୍ଦୁ, ଜ୍ୱାଇଁ ନଂ ୧, କଥା ତ ଏତିକି (ଜୀ ସାର୍ଥକ), କୁମକୁମ (କଲର୍ସ ଓଡ଼ିଆ), ଅପରାଜିତା (ସିଦ୍ଧାର୍ଥ ଟିଭି), ତରଙ୍ଗର କିଛି ଲୁହ ପିଇଯାଏ ଓଠ, ତେଜସ୍ୱିନୀ, ଶଙ୍ଖା ସିନ୍ଦୁର ଇତ୍ୟାଦି ଧାରାବାହିକ ସହିତ ପ୍ରେମ ଅଢେଇ ଅକ୍ଷର, ମନ ମୋର ପ୍ରଜାପତି, ସାତ ସୁରେ ବନ୍ଧା ଏ ଜୀବନ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟର ଯାଦୁ ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଯୋଗାଇଛି।

ତେବେ ତାଙ୍କର ଅଭିନୟ କ୍ୟାରିଅରରେ ଅନେକ ବିବାହ ଦୃଶ୍ୟରେ ସେ ନଜର ଆସିଥାନ୍ତି ହେଲେ ଏବେ ତାଙ୍କର ସତସତିକା ଶୁଭ ପରିଣୟ ହୋଇଛି। ପୁରୀ ଜଗନ୍ନାଥଧାମ ବାସିନ୍ଦା ବିଭୁ ପ୍ରସାଦ ରଥ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ପବିତ୍ର ହୋମ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହେବା ପାଇଁ ଶପଥ ନେଇଛନ୍ତି।

ଦୁଇ ବର୍ଷ ପୂର୍ବେ ବିଭୁଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସମସ୍ତଙ୍କର ପସନ୍ଦର ଅଭିନେତ୍ରୀ ପ୍ରିୟା ମହାପାତ୍ର। ତେବେ ବିବାହ ପରେ ମଧ୍ୟ ତାଙ୍କର ଅଭିନୟ ଜାରି ରହିବ ଏବଂ ଦର୍ଶକଙ୍କୁ ଠିକ ସେହିପରି ମନୋରଞ୍ଜନ ଯୋଗାଇଚାଲିବେ ବୋଲି ମତ ଦେଇଥିଲେ।

Share This Article