ଜୁନ୍‌ ୩୦ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ବନ୍ଦ

Odisha Hot News
1 Min Read

ଭୁବନେଶ୍ୱର : ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦୀର୍ଘ ଦେଢ଼ମାସରୁୁ ଊର୍ଦ୍ଧ୍ୱ ହେବ ରେଳ ସେବା ବନ୍ଦ ରହିଛି। କେବଳ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନେବା ଆଣିବା କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଏବଂ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି। ଆସନ୍ତା ୧୭ ତାରିଖ ଲକ୍‌ଡାଉନ ପରେ ସମସ୍ତ ଟ୍ରେନ୍‌ ଚଚଳାଚଳ ସ୍ବାଭାବିକ ହେବ ବୋଲି ଚିନ୍ତା କରାଯାଉଥିଲା। ହେଲେ କରୋନା ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ସାଧାରଣ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିସହ ଜୁନ୍‌ ୩୦ପର୍ଯ୍ୟନ୍ତ ହୋଇଥିବା ଅଗ୍ରିମ ଟିକେଟ କରିଥିବା ସମସ୍ତ ୪୫ହଜାର ଯାତ୍ରୀଙ୍କୁ ଆସନ୍ତା ସୋମବାରଠାରୁ ବୁକିଂ ଟିକେଟ ଅର୍ଥ ଫେରସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସ୍ପେଶାଲ ଟ୍ରେନଗୁଡିକ ଦିଲ୍ଲୀ, ଧ୍ରୁବିଗଡ, ଅଗରତାଲା, ହାଓ୍ବଡା, ପାଟନା, ବିଳାସପୁର, ରାଞ୍ଚତ୍, ଭୁବନେଶ୍ୱର, ସିକନ୍ଦରାବାଦ, ଅହମ୍ମଦାବାଦ, ଜମ୍ମୁ, ଚେନ୍ନାଇ, ଥିରୁବନ୍ତପୁରମ, ମଥୁରା, ମୁମ୍ବାଇ ସେଣ୍ଟ୍ରାଲ ପରି ପ୍ରମୁଖ ଷ୍ଟେଶନ ବା ଅଞ୍ଚଳକୁ କେବଳ ଯାତ୍ରା କରୁଛି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଶ୍ରମିକ ଟ୍ରେନ ଏବଂ ସ୍ବତନ୍ତ୍ର ଟ୍ରେନ୍‌ ଛଡା ଆଉ କୌଣସି ଯାତ୍ରୀବାହୀ ଟ୍ରେନ ଚାଲିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share This Article