ଓଡିଶାରେ ଥିବା ପାକିସ୍ଥାନ ନାଗରିକଙ୍କୁ ଦେଶ ଛାଡି ଯିବାକୁ ପକ୍ରିୟା ଆରମ୍ଭ, ଦିଆଗଲା ନୋଟିସ

Odisha Hot News
1 Min Read

ଭୁବନେଶ୍ବର: ପହଲଗାମରେ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣା ପରେ ଭାରତରେ ଥିବା ପାକିସ୍ଥାନୀଙ୍କୁ ଦେଶ ଛାଡି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁସାରେ ଓଡିଶାରେ ଥିବା ପାକିସ୍ଥାନୀ ନାଗରିକଙ୍କୁ ରାଜ୍ୟ ତଥା ଦେଶ ଛାଡିଯିବା ପାଇଁ ନୋଟିସ ଦିଆଯାଇଛି। ଏ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ତଥ୍ୟ ଅନୁସାରେ ଓଡିଶାରେ ଅଛନ୍ତି 12 ଜଣ ପାକିସ୍ଥାନ ନାଗରିକ। ସେମାନେ ଓଡିଶାରେ ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି। ବଲାଙ୍ଗିରରେ ଜଣେ ପାକିସ୍ଥାନୀ ମହିଳା ବିବାହ କରି ସେଠାରେ ୩୫ ବର୍ଷ ହେଲା ରହିଆସୁଛନ୍ତି। ସେହିପରି ଭୁବନେଶ୍ବରରେ ମଧ୍ୟ ଜଣେ ପାକିସ୍ଥାନୀ ମହିଳା ଜଣେ ଓଡିଆ ପୁଅକୁ ବିବାହ କରି ଦୀର୍ଘ ବର୍ଷ ଧରି ରହୁଛନ୍ତି। ସେମାନଙ୍କୁ ତୁରନ୍ତ ଦେଶ ଛାଡି ଯିବାକୁ ନୋଟିସ କରାଯାଇଥିବାର ଜଣାପଡିଛି।

Share This Article